-
୧୭ରେ ମାମଲାର ପରବର୍ତି ଶୁଣାଣି
ଗଞ୍ଜାମ, ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳାଙ୍କୁ ଶାଶୁଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ନବବଧୂ ତପସ୍ୱିନୀଙ୍କୁ ଡ଼ାକ୍ତର ସ୍ୱାମୀ ସୁମିତ ସାହୁଙ୍କ ସହିତ ପ୍ରଥମେ ସାତ ଦିନ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଅବଧି ଗତକାଲି ଶେଷ ହେବା ପରେ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ ଆସନ୍ତା ୧୭ ତାରିଖ ଯାଏ ଏକତ୍ର ଆସିକାରେ ଭଡ଼ା ଘରେ ରହିବାକୁ କୋର୍ଟ ପରବର୍ତି ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ହେପାଜତ କରିବେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ । ମାମଲାର ପରବର୍ତି ଶୁଣାଣି ଆସନ୍ତା ୧୭ତାରିଖରେ ହେବା ନେଇ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ରାୟ ଅନୁସାରେ ଆସିକାରେ ଏକତ୍ର ସାତଦିନ ସାତରାତି କଟାଇବା ପରେ ଏହି ଦମ୍ପତିଙ୍କ ଚାଲିଚଳନ, ହାବଭାବ ଓ ବ୍ୟବହାର ସମ୍ପର୍କରେ ରିପୋର୍ଟ ଗତକାଲି କୋର୍ଟରେ ଦାଖଲ କରିଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ । ତେବେ ମାମଲାରେ ଜଜ୍ ପରବର୍ତୀ ପଦକ୍ଷେପ କଣ ଗ୍ରହଣ କରୁଛନ୍ତି, ତାହା ଉପରେ ଜନସାଧାରଣଙ୍କ ନଜର ରହିଛି ।