ଭୁବନେଶ୍ୱର, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବିରେ ଆଜି ନବମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ହଟ୍ଟଗୋଳ କରିଥିଲେ । ବିଜେପି ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜୀ କରିଥିବା ବେଳେ କଂଗ୍ରେସ ବିଧାୟକ ମାନେ ଘଂଟା ପିଟିବା ଓ ହାତରେ ପ୍ଲାକାର୍ଡ ଧରି ନାରାବାଜୀ କରିଥିଲୋ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ । ହଟ୍ଟଗୋଳ କାରଣରୁ ତିିନି ଥର ଗୃହକୁ ସ୍ଥଗିତ ରଖିବାକୁ ପଡିଥିଲା ।
ଆଜି ୧୦.୩୦ଟାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲ।। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ପ୍ଲାକାର୍ଡ ଧରି ନାରାବାଜୀ କରିଥିଲେ । ସେମାନେ ମମିତା ମେହେର ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ କଂଗ୍ରେସ ବିଧାୟକ ମାନେ ଘଂଟା ପିଟିବା ଆରମ୍ଭ କରିଦେଇଥିଲେ । ବାଚସ୍ପତି ବାରମ୍ବାର ସେମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାକୁ ନିବେଦନ କରି ଥିଲେ ସୁଦ୍ଧା ବିଧାୟକ ମାନେ ତାହାକୁ ଶୁଣି ନ ଥିଲେ ।ଫଳରେ ବାଚସ୍ପତି ୧୦.୩୨ରୁ ଅପରାହ୍ନ ୧୧.୩୦ ଟା ଯୀଏ ଗୃହକୁ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।
୧୧.୩୦ରେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ଅଚଳାବସ୍ଥାକୁ ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ପରେ ୧୨.୦୧ରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖା ଯାଇଥିଲା ।