ବଲାଙ୍ଗିର – ବଲାଙ୍ଗିର ସହରରେ ଏକ ସେକ୍ସ ର୍ୟାକେଟ୍ କୁ ଠାବ କରିଛି ପୋଲିସ । ଭୀମଭୋଇ ମେଡିକାଲ କଲେଜ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଘରେ ଏହି ଦେହ ବେପାର ଚାଲିଥିବା ଖବର ପାଇ ପୋଲିସ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ପୋଲିସ ସେଠାରୁ ଏହି ର୍ୟାକେଟ୍ ରେ ସାମିଲ୍ ଥିବା ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ଘର ଭିତରୁ ଅନେକ ଆପତିଜନକ ସାମଗ୍ରୀକୁ ପୋଲିସ ଜବତ କରିଛି । ଦୁଇଟି ପୃଥକ୍ ପୃଥକ୍ କୋଠରୀରେ ଏହି ଅନୈତିକ କାରବାର ଚାଲିଥିଲା । ଟାଉନ୍ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା । ତେବେ କେତେଦିନ ଧରି ଏଠାରେ ଦେହ ବେପାର ଚାଲିଥିଲା ଏବଂ ଅନ୍ୟ କେଉଁ ମାନେ ଏହି ନେଟୱାର୍କରେ ସାମିଲ୍ ଅଛନ୍ତି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 24, 2024
November 24, 2024