-
ସାମ୍ବାଦିକଙ୍କୁ ଦୃବ୍ୟବହାର, ଏସପି ନିକଟରେ ଅଭିଯୋଗ,

ପୁରୀ ,ପୁରୀ ସହର କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ କୋଣାର୍କ ବିକାଶ ପ୍ରାଧିକରଣ ଛକ scs କଲେଜ ମାର୍ଗରେ ଜନୈକ ପୋଲିସ କର୍ମଚାରୀ ବିନା ହେଲମେଟରେ ନିଜର ବୁଲେଟ ଧରି ମଝି ରାସ୍ତାରେ ରାସ୍ତା ଅବରୋଧ କରି ଅପରାହ୍ନ ୩. ଘଂଟିକା ୪ ମିନିଟ ସମୟରେ ଠିଆ ହୋଇଥିଲେ |ଇଣ୍ଡୋ କଳିଙ୍ଗ ଟାଇମସର ପୁରୀ ଜିଲ୍ଲା ପ୍ରତିନିଧି କୈଳାଶ ଚନ୍ଦ୍ର ପଣ୍ଡା ନିଜ କାର ଚଳାଇ ୟୁ ଟର୍ନ କରିବା ସମୟରେ ରାସ୍ତା ଅବରୋଧ କରିଥିବା ପୁଲିସ କର୍ମଚାରୀ ଅଭଦ୍ର ଭାବରେ କାର ଟିକୁ ପଛକୁ କରି ଗାଡି ବୁଲାଇ ବାକୁ ନିର୍ଦେଶ ଦେଇଥିଲେ |ଏହି ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ପୁଲିସ କର୍ମଚାରୀ କୈଳାଶ ଚନ୍ଦ୍ର ପଣ୍ଡା ଙ୍କୁ ସହଯୋଗ କରିବା ସହିତ ଜଣାଇ ଥିଲେ ସମ୍ପୃକ୍ତ ପୋଲିସ କର୍ମଚାରୀ ମଦ୍ୟ ପାନ କରିଛନ୍ତି | ମଦ୍ୟପ ରାସ୍ତା ଅବରୋଧ କାରି ପୋଲିସ କର୍ମଚାରୀଙ୍କ ବ୍ୟବହାରରେ ମାନସିକ ଆଘାତ ପ୍ରାପ୍ତ ହୋଇ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ କନୱାର ଵିଶାଲ ସିଂ ଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି |