
-
ଏମ୍ସ ଭୁବନେଶ୍ୱରର ୟୁରୋଲୋଜି ବିଭାଗ ପକ୍ଷରୁ ଏକାଧିକ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ
-
ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦେଶର ବହୁ ପ୍ରତିଷ୍ଠିତ ଅନୁଷ୍ଠାନରୁ ଚିକିତ୍ସକ ଏବଂ ଗବେଷକଙ୍କ ଅଂଶଗ୍ରହଣ
ପେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଡଟ୍ରୋନିକ୍ ସଂସ୍ଥା ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଏମ୍ ଭୁବନେଶ୍ୱର ୟୁରୋଲୋଜି ବିଭାଗର ଡ. ପ୍ରଶାନ୍ତ ନାୟକ, ଡ. ମନୋଜ ଦାସ ଏବଂ ଡ. ସ୍ୱର୍ଣ୍ଣେନ୍ଦୁ ମଣ୍ଡଳ ଏକାଧିକ ଅସ୍ତ୍ରୋପଚାର କରିଥିଲେ। ଯାହାକି ବେଶ୍ ଶିକ୍ଷଣୀୟ ହେବା ସହିତ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଥିଲା। ଡ. ଭାସ୍କର ରାଓ, ଡ. ନିତାଶା ରୟଙ୍କୁ ନେଇ ଗଠିତ ଆନାସ୍ଥେସିଆ ଟିମ୍ ସହିତ ଅପରେସନ୍ ଥିଏଟରର ନର୍ସିଂ ଏବଂ ବୈଷୟିକ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ ଯୋଗାଇଦେଇଥିଲେ। ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ବି ଗୀତାଞ୍ଜଳି ୟୁରୋଲୋଜି ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହିତ ଏଭଳି ଶିକ୍ଷଣୀୟ କାର୍ଯ୍ୟକ୍ରମ ରୋଗୀମାନଙ୍କ ପାଇଁ ଅଧିକ ସହାୟକ ହେବବୋଲି ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ୟୁରୋଲୋଜିକାଲ୍ ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ବିଭାଗ ନିୟମିତ ଭାବରେ ଏହିପରି କାର୍ଯ୍ୟକଳାପ ଜାରି ରଖିବ ବୋଲି ଡାକ୍ତର ଗୀତାଞ୍ଜଳି ସୂଚନା ଦେଇଛନ୍ତି।
ଏହି କ୍ଷେତ୍ରରେ ଉନ୍ନତ ଚିକିତ୍ସା ତଥା ଗବେଷଣା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ୟୁରୋଲୋଜି ବିଭାଗ ପକ୍ଷରୁ ନିର୍ଦ୍ଦେଶିକା ଡ. ଗୀତାଞ୍ଜଳିଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟଯେ ୟୁରୋଲୋଜି ବିଭାଗ ପକ୍ଷରୁ ନିୟମିତ ଭାବରେ ସମସ୍ତ ଉନ୍ନତ ଲାପାରୋସ୍କୋପିକ୍ ଏବଂ ଅନ୍ୟାନ୍ୟ ସର୍ବନିମ୍ନ କଷ୍ଟକର ଉପାୟ ଅବଲମ୍ବନ ପ୍ରକ୍ରିୟା ଯଥା ରାଡିକାଲ୍ ନେଫେକ୍ଟୋମି, ସାଇଷ୍ଟେକ୍ଟୋମି ଏବଂ ପ୍ରୋଷ୍ଟେଟେକ୍ଟୋମି ଏବଂ ଲାପାରୋସ୍କୋପିକ୍ ପାଇଲୋପ୍ଲାଷ୍ଟୀ, ୟୁରେଟେରିକ୍ ରିମିପ୍ଲାଣ୍ଟେସନ୍ ଏବଂ ଭେସିକୋ-ଭେଜିନାଲ୍ ଫିଜିନାଲାଲ୍ ଫିସ୍ତୁଲା ରିପେୟାର୍ ପ୍ରକ୍ରିୟା ଜାରି ରହିଛି।