
ବଲାଙ୍ଗିର ,ଓଡ଼ିଶା ର ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲା ର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ 189 ବାଟାଲିଅନ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଅସାଜିକ କାର୍ୟକଲାପ ବିରୁଦ୍ଧ ରେ ଅଭିୟାନ ଚଲାଇବା ସହିତ ଦେଶ କୁ ବିଜୟୀ ଏବଂ ପରିବେଶ କୁ ସ୍ଵଚ୍ଛ ରଖିବାରେ ମଧ୍ୟ ଅମୂଲ୍ୟ ଅବଦାନ ରଖିଛି | ଏହି କ୍ରମରେ, ଶ୍ରୀ ପୱନ କୁମାର ତିୱାରୀ, କମାଣ୍ଡେଣ୍ଟ 189 ବାଟାଲିୟନ ନିର୍ଦ୍ଦେଶନାରେ ଡି 189 ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଟେଣ୍ଟ ଶ୍ରୀ ଓମପ୍ରକାଶ ଯାଦବ ଏବଂ ବି 189 ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଟେଣ୍ଟ ଶ୍ରୀ ଲଖୱିନ୍ଦର ସିଂ, ଇନ୍ସପେକ୍ଟର ବିଜୟ କୁମାର, ଇନ୍ସପେକ୍ଟର ପି ଲିମସନ୍ ଏବଂ ଜବାନ ମାନେ ଯୋଗ ଦେଇ ବଲାଙ୍ଗିର ଜିଲ୍ଲା ର ଐତିହାସିକ ବିଶ୍ୱ ପ୍ରସିଦ୍ଧ ହରିଶଙ୍କର ପିଠ ଠାରେ ଥିବା ମନ୍ଦିର କମ୍ପ୍ଲେକ୍ସ, ପାର୍କିଂ ସ୍ଥାନ, ବସ୍ ଷ୍ଟାଣ୍ଟ ଚାରିଆଡେ ପରିଷ୍କାର ସ୍ୱଚ୍ଛତା ଡ୍ରାଇଭ୍ ର ଅଭିୟାନ ର ଆୟୋଜନକରିଥିଲେ | ଏହି ଅଭିଯାନ ସମୟରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ଓମପ୍ରକାଶ ଯାଦବ ଜନସାଧାରଣଙ୍କୁ ସମ୍ବୋଧିତ କରି ଆମ ଦେଶକୁ ପରିଷ୍କାର ଏବଂ ସବୁଜ ସୁନ୍ଦର କରିବାକୁ ପଡିବ ତଥା ଆମ ଆଗାମୀ ପିଢ଼ି କୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବାକୁ ପଡ଼ିବ ବୋଲି କହିଥିଲେ। | ଏଥିସହ ସେ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆମକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଏବଂ ସ୍ଲୋଗାନ ଦେଇ କହିଛନ୍ତି ଯେ ଭଗବାନ ସ୍ୱଚ୍ଛତା ମଧ୍ୟରେ ରୁହନ୍ତି। ଏହି ଅବସର ରେ ନନ୍ଦୁପାଲା ଗାଁ ର, ହରିଶଙ୍କର ମନ୍ଦିର କମିଟି ସଦସ୍ୟ ଏବଂ ଆଖ ପାଖ ଅଞ୍ଚଳର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।