-
ଦୁଇ ଅଭିଯୁକ୍ତ ଗିରଫ
ନୂଆପଡ଼ା, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ଵର ଗ୍ରାମ ପଞ୍ଚାୟତରେ ଥିବା ଦୁଇ ଗୋଟି ଏଟିଏମରୁ ୬୪ ଥର ବ୍ୟବହାର କରି ହାରାହାରି ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ ହୋଇଥିବା ଜଣାପଡିଛି । ଭେଳା ଗ୍ରାମର ଦେବାଶିଷ ଯୋଶୀଙ୍କ ଅଭିଯୋଗକୁ ଭିତ୍ତି କରି କୋମନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଦୁଇ ଅଭିଯୁକ୍ତ ହକ୍କୁ ଏବଂ ସକ୍କିଲ ଅହମ୍ମଦ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜଣେ ହରିୟାଣା ଅଞ୍ଚଳର ଓ ଅନ୍ୟ ଜଣେ କୁରେଶ୍ଵର କଟାପଡା ଗ୍ରାମର ବୋଲି ଜଣାପଡିଛି। ଏହି ଘଟଣାରେ ୨୧ ଗୋଟି ଏଟିଏମ କାର୍ଡ଼, ପାସବୁକ, ନୂତନ ଲାପଟପ୍, ନଗଦ ୪ ଲକ୍ଷ ୨୨ ହଜାର ଟଙ୍କା, ଦୁଇ ଗୋଟି ମୋବାଇଲ, ପୋଷାକ ସହ ଫିଙ୍ଗର ପ୍ରିଣ୍ଟ ସାମଗ୍ରୀ ଜବତ କରିଛି ପୋଲିସ । ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।