ତାଳଚେର, ତାମିଲନାଡ଼ୁ କୁନ୍ନୁରରେ ବାୟୁସେନାର ହେଲିକପ୍ଟର କ୍ରାସ ଘଟଣାରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି । ତାଙ୍କ ନାମ ରାଣାପ୍ରତାପ ଦାସ ଏବଂ ଘର ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କଣ୍ଡାଳ ପଚାଂୟତର କୃଷ୍ଣଚନ୍ଦ୍ରପୁର ଗ୍ରାମରେ । ତାଙ୍କ ବାପାଙ୍କ ନାମ ଶ୍ରୀବତ୍ସ ଦାସ ।
ଜୁନିଅର୍ ୱାରେଂଟ ଅଫିସର ରାଣାପ୍ରତାପ ଗତକାଲି ଏହି ହେଲିକପ୍ଟରରେ ଥିଲେ । ଦୁର୍ଘଟଣାରେ ସିଡିଏସ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା ।