ଭୁବନେଶ୍ୱର, ପୂର୍ବ ଭାରିଆଂଟ ଭଳି ଓମିକ୍ରନ ଭାରିଆଂଟ ପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଯେ ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ।
ସେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହା ଯାଇଛି ଯେ , ଯେଉଁମାନେ କରୋନା ଟିକା ନେଇ ନାହାନ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ । ଏହାସହ ଶିଶୁମାନେ ମଧ୍ୟ ଓମିକ୍ରନ ଦ୍ୱାରା ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଂଟ କରିବାକୁ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ଥିବା ସହ ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।