ଭୁବନେଶ୍ୱର, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବିରେ ଆଜି ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଏହି ମାମଲାରେ ହଟ୍ଟଗୋଳ କରିଥିଲେ ।
ବାଚସ୍ପତି ବାରମ୍ବାର ସେମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାକୁ ନିବେଦନ କରି ଥିଲେ ସୁଦ୍ଧା ବିଧାୟକ ମାନେ ତାହାକୁ ଶୁଣି ନ ଥିଲେ । ଫଳରେ ବାଚସ୍ପତି ୧୦.୩୩ରୁ ଅପରାହ୍ନ ୧୧.୩୦ ଟା ଯୀଏ ଗୃହକୁ ସ୍ଥଗିତ ରହିଲା ବୋଲି ଘୋଷଣା କରିବା ସହ ଅଚଳାବସ୍ଥାକୁ ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ।
ଆଜି ୧୦.୩୦ଟାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲ।। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ପ୍ଲାକାର୍ଡ ଧରି ନାରାବାଜୀ କରିଥିଲେ । ସେମାନେ ମମିତା ମେହେର ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ ବିଜେଡି ବିଧାୟକ ମାନେ ମଧ୍ୟ ପ୍ଲାକାର୍ଡ ଧରି ସେମାନଙ୍କର ଆସନରେ ଠିଆ ହେବା ଦେଖା ଯାଇଥିଲା । ସେମାନେ ଅଭିଯୁକ୍ତଙ୍କ ଓକିଲଙ୍କ ବିଜେପି ସହ ସମ୍ପର୍କ ଥିବା ଦର୍ଶାଉଥିବା ପ୍ଲାକାର୍ଡ ଧରିଥିଲେ ।
ବାଚସ୍ପତି ବିଧାୟର ମାନଙ୍କୁ କହିଥିଲେ ଯେ ଆଜି ଗୃହ ବିଭାଗର ଖର୍ଚ ଦାବି ଉପରୋ ଆଲୋଚନା ହେବାର ଅଛି । ସେତେବେଳେ ସେମାନେ ତାଙ୍କର କଥା ଉଠାଇ ପାରିବେ । ହେଲେ ବିରୋଧୀ ବିଧାୟକ ମାନେ ତାଙ୍କ କଥା ଶୁଣି ନ ଥିଲେ । ଅଚଳାବସ୍ଥା ଦୂର କରିବାକୁ ଯାଇ ଗୃହକୁ ୧୧.୩୦ ଯାଏ ମୁଲତବୀ ରଖିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ୧୧.୩୩ରୁ ୧୨ ଟା ଯାଏ ଗୃହ ମୁଲତବୀ ହୋଇଥିବା ବେଳେ ପରେ ୪ ଟା ଯାଏ ଗୃହକୁ ମୁଲତବୀ କରା ଯାଇଥିଲା ।