କୋରାଇ – ଆଜି ହେବ ସାରା ରାଜ୍ୟରେ ସମାପ୍ତି ସୂଚକ ମୂଲ୍ୟାୟନ(ଅର୍ଦ୍ଧ ବାର୍ଷିକ) ପରୀକ୍ଷା । ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ପରୀକ୍ଷା କେନ୍ଦ୍ରରେ ଏକକ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ସ୍ଥିର କରାଯାଇଥିଲା । ତଦନୁଯାୟୀ ଅକ୍ଟୋବର ୨୯ ତାରିଖ ସମସ୍ତ ବିଦ୍ୟାଳୟରେ ସମାପ୍ତି ସୂଚକ ମୂଲ୍ୟାୟନ(ଅର୍ଦ୍ଧ ବାର୍ଷିକ) ପରୀକ୍ଷା କରାଯିବାକୁ ସ୍ତିର ହୋଇଥିଲା । ମାତ୍ର ପ୍ରଶ୍ନପତ୍ର ପହଂଚି ନପାରିବାରୁ ଏହି ପରୀକ୍ଷାକୁ ନଭେମ୍ବର ୧ ତାରିଖକୁ ଘୁଂଚାଇ ଦିଆଗଲା । କିନ୍ତୁ ପରୀକ୍ଷା ହେବ କିପରି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚତୁର୍ଥ ଶ୍ରେଣୀର ଗଣିତ ଓ ୭ମ ଶ୍ରେଣୀର ହିନ୍ଦି ପ୍ରଶ୍ନପତ୍ର ଏଯାଏ କୋରାଇର କୌଣସି ବିଦ୍ୟାଳୟରେ ପହଂଚି ନଥିବା ବେଳେ ଅନ୍ୟ ଯେଉଁ ପ୍ରଶ୍ନ ପତ୍ର ଆସିଛି ତାହା ସମୁଦ୍ରକୁ ଶଙ୍ଖେ । ଏମିତିକି ସିଆରସିସି ମାନେ ରାସ୍ତାଘାଟରେ ଶିକ୍ଷକ ମାନଙ୍କୁ ପ୍ରଶ୍ନପତ୍ର ଦେଇ ଚାଲିଯାଉଛନ୍ତି । ଛାତ୍ର/ଛାତ୍ରୀ ସଂଖା ଅନୁଯାୟୀ ପ୍ରଶ୍ନପତ୍ର ନଆସିବାରୁ ସେମାନଙ୍କୁ ଜେରେକ୍ସ କରିବାକୁ କୁହାଯାଇଛି । ପୂର୍ବରୁ ପ୍ରଶ୍ନ ପତ୍ର ସଙ୍ଘ ଦ୍ୱାରା ଯୋଗାଇ ଦିଆଯାଉଥିବା ବେଳେ ପ୍ରତି ୧୦୦ ପିଲାଙ୍କ ପ୍ରତି ୭୫୦ଟଙ୍କା ନିଆଯାଉଥିଲା । କିନ୍ତୁ ଏବେ ସରକାର ପ୍ରଶ୍ନପତ୍ର ଯୋଗାଇ ନପାରୁ ଜେରେକ୍ସ ଦ୍ୱାରା ୩ଗୁଣା ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ଏହି ଖର୍ଚ୍ଚ କେଉଁଠୁ ଆସିବ ବୋଲି ପ୍ରଶ୍ନ ଉଠିଛି । ଜେରେକ୍ସ ବେଳେ ପ୍ରଶ୍ନପତ୍ର ଲିକ ହୋଇଛି । ଯାହା ଏବେ ସବୁଆଡେ ମିଳୁଛି । ପିଲାଙ୍କ ଭବିଷ୍ୟତକୁ ନେଇ ଖେଳଖେଳୁଥିବା ସରକାରଙ୍କ ଏଭଳି ଅଦଭୂତ୍ ନିଷ୍ପତି ପାଇଁ କିଏ ଦାୟୀ ରହିବ ତାହା ମୁଖ୍ୟ ପ୍ରଶ୍ନବାଚୀ ହୋଇଛି ।
Related Stories
November 24, 2024
November 24, 2024