କଟକ, କଟକ ରେଳ ଷ୍ଟେସନରୁ ୪ଟି ଟଙ୍କା ଭର୍ତି ବ୍ୟାଗ୍ ଜବତ ହୋଇଛି । ଏହି ୪ଟି ବ୍ୟାଗ୍ ରେ ଲକ୍ଷାଧିକ ଟଙ୍କା ଥିବା ସୂଚନା ମିଳିଛି । ରାଜଧାନୀ ଏକ୍ସପ୍ରେସରେ ଏହି ଟଙ୍କା ଭୁବନେଶ୍ୱରରୁ ଦିଲ୍ଲୀ ନିଆଯାଉଥିବା ବେଳେ ଆରପିଏଫ ହାତରେ ଧରାପଡିଛି । ଏସବୁ ଟଙ୍କା ବ୍ୟାଗ୍ ଧରି ଦିଲ୍ଲୀ ଯାଉଥିବା ଜଣେ ବ୍ୟକ୍ତିକୁ ଅଟକି ରଖିଛି ଆରପିଏଫ । ଆରପିଏଫ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରା ଉଚୁରା ଜାରୀ ରହିଛି ।