-
ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ପୋଲିସ ପକ୍ଷରୁ ଦାୟର୍ ରିଭିଜନ୍ ପିଟିସନକୁ ଖାରଜ କଲେ ସାଲେପୁର ଏଡିଜେ କୋର୍ଟ
କଟକ,ମାହାଙ୍ଗା ଡ଼ବଲ୍ ମର୍ଡ଼ର ମାମଲାରେ ପୋଲିସକୁ ଲାଗିଛି ଝଟକା । ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ପୋଲିସ ପକ୍ଷରୁ ଦାୟର୍ ରିଭିଜନ୍ ପିଟିସନକୁ ଖାରଜ କରିଛନ୍ତି ସାଲେପୁର ଏଡିଜେ କୋର୍ଟ ।
ପ୍ରକାଶ ଥାଉ କି, ମାମଲାର ପୁନଃ ତଦନ୍ତ ଓ ସିଡ଼ିଆର ଦାଖଲ ନିର୍ଦ୍ଦେଶର ରିଭିଜନ୍ ଚାହିଁଥିଲା ପୋଲିସ । ଏସପିଙ୍କ ଚିଠି ଓ ମାହାଙ୍ଗା ଥାନା ଆଇଆଇସିଙ୍କ ସତ୍ୟପାଠ ଜରିଆରେ ରିଭିଜନ୍ ଚାହିଁଥିଲା । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକୁ ଖାରଜ କରିଛନ୍ତି ଏଡିଜେ କୋର୍ଟ ।ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରୋଟେଷ୍ଟ ପିଟିସନ୍ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି । ଚାର୍ଜସିଟ୍ ରେ ମନ୍ତ୍ରୀଙ୍କ ନାମ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି । ୩ ଜଣଙ୍କ କଲ୍ ଡିଟେଲ୍ସ ରେକର୍ଡ଼ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । ତେବେ ଜେଏମଏଫସିଙ୍କ ଏହି ଆଦେଶ ଉପରେ ରିଭିଜନ୍ ପିଟିସନ୍ ଫାଇଲ୍ କରିଥିଲା ପୋଲିସ । ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋଙ୍କ ସୂତ୍ରରୁ ସୂଚନା ମିଳିଛି ।