ଆର.ଉଦୟଗିରି, ଗଜପତି ମୋହନା ଥାନା ଅନ୍ତର୍ଗତ ଯୁବ ପଚାଂୟତର କମଳାପୁରୁ ଅଂଚଳର ଜଙ୍ଗଲରୁ ଅବକାରୀ, ପୁଲିସ, ବନବିଭାଗ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସଂରକ୍ଷିତ ଜଙ୍ଗଲ ଉପରେ ବେଆଇନ ଭାବେ ୧୦୧ ଏକର ଜମିରେ ୨ ଲକ୍ଷ ୬୦୦ ହଜାର ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଗଜପତି ଏସପି ଜୟରାମ ସତପଥିଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର, ଆର.ଉଦୟଗିରି ଥାନା ଅଧିକାରୀ, ସ୍ଥାନୀୟ ବନ ବିଭାଗ, ରାଜସ୍ୱ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ବିଭାଗ ମିଳିତ ଭାବେ କଟର ମେସିନ୍ ସାହାଯ୍ୟରେ ଗଞ୍ଜେଇ ଗଛକୁ କଟାଯାଇ ପୋଡି ନଷ୍ଟ କରାଯାଇଥିଲା । ଏନେଇ ମୋହନା ଥାନାରେ କେସ୍ ନଂ ୨୪୩/୨୧ ରେ ଏକ ମାମଲା ରୁଜୁ କରାଯାଇଛି ।