
ମାଲକାନଗିରି, ମାଲକାନଗିରି ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ଆଜି ଆନନ୍ଦ ମାର୍ଗ ୟୁନିଭରସିଆଲ ଟିମ୍ ପକ୍ଷରୁ ଗରୀବ ଅସହାୟଙ୍କୁ କୋଭିଡ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ବୀରସେନ ପ୍ରଧାନ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମି ଦିନରେ ଏହା ସୁଦୁର ପ୍ରସାରୀ ହେବା ସହ ଅନ୍ୟ ଅନୁଷ୍ଠାନକୁ ପ୍ରେରଣା ଦେବ ବୋଲି କହିଥିଲେ । କଲିକତାରୁ ଆସିଥିବା ସଂଗଠନ ରାଷ୍ଟ୍ରମୁଖ୍ୟ ଆଚାର୍ଯ୍ୟ ମର୍ମଦ ଦେବାନନ୍ଦ ଅବଧୂତ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆନନ୍ଦ ମାର୍ଗ ସଂଗଠନ ଓଡ଼ିଶାର ୫ଟି ଜିଲ୍ଲାରେ ପୂର୍ବରୁ ସହାୟତା ଦେଇଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ସମସ୍ତ ବ୍ଲକ, ପଂଚାୟତ ଓ ଗ୍ରାମ ଗୁଡ଼ିକରେ କୋଭିଡ ସହାୟତା ଦେବା ପାଇଁ କାର୍ଯ୍ୟ କରିବ । ବର୍ତ୍ତମାନ ସୁଦ୍ଧା ସଂଗଠନ ଜିଲ୍ଲାର ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଅସହାୟ ଗରିବ, କିନ୍ନରଙ୍କୁ ସହାୟତ ଯୋଗାଇ ଦେଇଛି । ବଣ୍ଟନ ସାମଗ୍ରୀ ମଧ୍ୟରେ ଗୋଟିଏ ପରିବାର ଚଳିବା ପରି ଏକ ମାସର ରାସନ ସହ ଦୁଇଟି କମ୍ବଳ ପ୍ରଦାନ କରାଯାଇଛି ।
ଅନ୍ୟ ମାନଙ୍କ ମଧ୍ୟରେ ଆଚାର୍ଯ୍ୟ ସତ୍ୟ ସୁଦାନନ୍ଦ ଅବଧୂତ, ଆଚାର୍ଯ୍ୟ ପରିପୂର୍ଣ୍ଣି ନନ୍ଦ ଅବଧୂତ, ଇଂ. କାହ୍ନୁ ଚରଣ ବେଉରା, ଓଡିଶା ମୁଖ୍ୟ ଅରୁଣ କୁମାର ସ୍ବାଇଁ, ସଂଯୋଜକ ତାରାକାନ୍ତ ଆଚାର୍ଯ୍ୟ ସଂଗଠନ ସହାୟକ, ସ୍ଥାନୀୟ କାର୍ଯ୍ୟ କର୍ତା ଶରତଚନ୍ଦ୍ର ପରିଡା, ସମାଜ ସେବୀ ଗଣେଶ କର, ସୁକାନ୍ତି ବାଘ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।