-
ଆଜି ପର୍ଯ୍ୟନ୍ତ କେନାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇପାରୁନି
ଖୋର୍ଦ୍ଧା, ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନରଣଗଡ଼ ପଚାଂୟତର ନରଣଗଡ଼ ଓ କୁରୁମପଡ଼ା ମୌଜାରେ ଥିବା ସମସ୍ତ ଚାଷ ଜମି ହୀରାକୁଦ ଜଳଭଣ୍ଡାର ଛାଡୁଥିବା ବନ୍ୟା ଜଳଦ୍ୱାରା ସମ୍ପୂର୍ଣ୍ଣ ବୁଡ଼ିଯାଉଛି । ଫଳରେ ଏହିସବୁ ଅଂଚଳର ଚାଷୀମାନଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଉଛି । ଯାହା ଫଳରେ ସମ୍ପୃକ୍ତ ଅଂଚଳର ଚାଷୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପରବର୍ତୀ ସମୟରେ ଚାଷ ଜମି ଗୁଡ଼ିକ ଘାସ ପଡ଼ିଆ ପରି ହୋଇଯାଉଛି । ଅଂଚଳ ବାସୀଙ୍କ ଅନୁରୋଧ କ୍ରମେ ସରକାରଙ୍କ ତରଫରୁ ଏଠାରେ ଏକ କେନାଲର ବ୍ୟବସ୍ଥା କରାଯାଇଛି । ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ରବି ଋତୁରେ ଚାଷୀର କୌଣସି ଫସଲ ହୋଇପାରୁନାହିଁ । ସେହିପରି ବର୍ଷା ଋତୁରେ ବୁଣା ଯାଉଥିବା ଧାନ ଏହି କେନାଲ ପାଇଁ କ୍ଷତିଗ୍ରସ୍ତ ମଧ୍ୟ ହେଉଛି । କାରଣ ଏହାର ଉଭୟ ପାର୍ଶ୍ୱରେ ପାଣି ଯାତାୟତ କରିବା ପାଇଁ କୌଣସି ରାସ୍ତା ନିର୍ମାଣ କରାଯାଇ ନାହିଁ । ବର୍ଷା ଦିନେ କେନାଲର ପଶ୍ଚିମ ପାର୍ଶ୍ୱର ପାଣି ସଠିକ୍ ଭାବରେ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ପଶ୍ଚିମ ପାର୍ଶ୍ୱରେ ପାଣିର ଅଭାବ ଦେଖାଦେଉଛି । ଏଥିରେ ଚାଷୀ ମାନେ ଉଭୟ ପାର୍ଶ୍ୱକୁ ଯାତାୟତ କରିବା ପାଇଁ କୌଣସି ରାସ୍ତାର ସୁବିଧା ଉପଲବ୍ଧ ନାହିଁ । ଯାହା ଫଳରେ ଚାଷୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏଣୁ ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ଅଂଚଳବାସୀ ଦାବି କରିଛନ୍ତି ।