ନୂଆପଡ଼ା, ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ୧୩ ଦଫା ଦାବି ନେଇ ମଜଦୂର ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଗଣଧାରଣା ଜାରୀ ରହିଛି । ନୂଆପଡା ଜିଲ୍ଲାରେ ମଣ୍ଡି ସମସ୍ୟା ଏବଂ ମରୁଡ଼ି ସମସ୍ୟା ଲାଗିରହିଅଛି । ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୧୩ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି ।
ମରୁଡ଼ି ପ୍ରଭାବିତ ଅଞ୍ଚଳ ଗ୍ରାମପଂଚାୟତ ତାଲିକା ଘୋଷଣା, ମରୁଡ଼ି ସମସ୍ୟାରେ ସମ୍ମୁଖୀନ ଚାଷୀଙ୍କ ଧାନ ବିକ୍ରି କରିବା, ଟୋକାନ ରଦ୍ଦ କରାଯାଉ, ମରୁଡି ଅଂଚଳରର ଚାଷୀଙ୍କୁ ଶୀଘ୍ର ମରୁଡ଼ି ସହାୟତା ପ୍ରଦାନ, ମଣ୍ଡି ସୁବ୍ୟବସ୍ଥା, ମଣ୍ଡିରେ କଟନୀ ଛଟନୀ ବନ୍ଦ ପ୍ରମୁଖ ମୁଖ୍ୟ ଦାବି ନେଇ ଚାଷୀ ମାନେ ଧାରଣା ଦେଇଛନ୍ତି ।