ଧର୍ମଶାଳା : ଧର୍ମଶାଳା ବ୍ଲକ ସାନରାଏପଡା(ଭାବିଲ) ଗ୍ରାମର ବିଶିଷ୍ଠ ସମାଜସେବୀ ତଥା ଗ୍ରାମ ମୁରବୀ ସ୍ୱର୍ଗତ ସୁଲଭ ଚନ୍ଦ୍ର ରାୟଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଧିରେନ୍ଦ୍ର କୁମାର ବଳିଆରସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ରାୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗ୍ରାମର ବିକାଣ ତଥା ପଂଚାୟତ ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଆଗାମୀ ଯୁବପିଢୀଙ୍କ ପାଇଁ ଉଦାହରଣ ବୋଲି ଏହି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସୁସାହିତ୍ୟିକ ଡ. ରାଜ କିଶୋର ପାଢୀ, ବିଭୂତି ଭୂଷଣ ପାଲ, ବାମଦେବ ପାଢୀ, ବ୍ରହ୍ମବରଦା ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର କିଶୋର ଚନ୍ଦ୍ର ଜେନା,ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ମହେଶ୍ୱର ପାଢୀ,ପଣ୍ଡିତ କାମଦେବ ଶତପଥୀ, ନିର୍ମଳ ଚନ୍ଦ୍ର ରାୟ,ସନ୍ତୋଷ କୁମାର ଜେନା, ବାଇଧର ଦାସ, ମୋହନ ଚରଣ ସାମଲ,ଅଲେଖ ଚନ୍ଦ୍ର ନାୟକ, ଅଶୋକ କୁମାର ପୁହାଣ,ସୁବୋଧ କୁମାର ସାମଲ, ରବିନ୍ଦ୍ର କୁମାର ଦାସ, ବୃନ୍ଦାବନ ଦାଶ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାୟଙ୍କ କର୍ମମୟ ଜୀବନ ଉପରେ ମତ ପ୍ରକାଶ କରିଥିଲେ । ସରୋଜ କୁମାର ନାୟକଙ୍କ ସମ୍ପାଦନାରେ ଅତିଥିମାନଙ୍କ ଦ୍ୱାରା ‘ସ୍ମୃତି’ ସ୍ମରଣୀକା ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଦ୍ଧାର୍ଥ ରାୟ, ପାର୍ଥ ସାରଥୀ ରାୟ, ଅରୁଣ କୁମାର ରାୟ ଓ ବିଭାସ ଚନ୍ଦ୍ର ରାୟ ପ୍ରମୁଖ ସହଯୋଗ କରିଥିଲେ ।

Related Stories
November 22, 2024