
-
ଦୁଇଟି ଘର ଭାଙ୍ଗିଲେ, ଦଳିଚକଟି ବ୍ୟାପକ ଫସଲ ନଷ୍ଟ କଲେ
ବାରିପଦା, ଠାକୁରମୁଣ୍ଡା ରେଞ୍ଜ୍ ପଡ଼ିଆବେଡ଼ା ଅଂଚଳରେ ହାତୀପଲଙ୍କ ଉତ୍ପାତ ଜାରୀ ରହିଛି । ଏହି ହାତୀ ପଲରେ ଛୋଟ ବଡ ହୋଇ ୨୬ ଟି ହାତୀ ରହିଛନ୍ତି । ହାତୀପଲ ଗତକାଲି ରାତିରେ ସମ୍ପୃକ୍ତ ଅଂଚଳରେ ଦୁଇଟି ଘର ଭାଙ୍ଗିବା ସହିତ ଦଳିଚକଟି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ବନ ବିଭାଗ ହାତୀପଲଙ୍କୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରି ବିଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।