
ଭବାନୀପାଟଣା, ଗତକାଲି ବିଳମ୍ବିତ ରାତିରେ ରୋଗୀ ଆଣିବାକୁ ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ କ୍ଷେତକୁ ପଶି ଯାଇଥିଲା ଏକ ୧୦୮ ଆମ୍ବୁଲାନ୍ସ । ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି ।