
କେନ୍ଦ୍ରାପଡ଼ା – ଅଖିଳ ଭାରତୀୟ ଶ୍ରମିକ ସଂଗଠନ ଶହେ ବର୍ଷ ପୂରଣ କରିଥିବାରୁ ଏକ ଶ୍ରମିକ ସମାରୋହ କେନ୍ଦ୍ରାପଡାରେ ଅନୁÂିତ ହୋଇଯାଇଛି । ଭାରତ ବର୍ଷର ଖଟିକିଆ, ଶ୍ରମଜିବୀ ଜନଗଣଙ୍କ ଜୀବନ ଜିବିକା ସାମାଜିକ ଅର୍ଥନୈତିକ ନିରାବତା, ଶହ ଶହ ଆନେ୍ଦାଳନ ଜରିଆରେ ୪୪ ଗୋଟି ଶ୍ରମିକ ଶ୍ରେଣୀ ସପକ୍ଷରେ ହୋଇଥିବା ଆଇନ୍କୁ କାର୍ଯ୍ୟକାରୀ କରାଯାଉନଥିବା ଉକ୍ତ ବୈଠକରେ ଅଭିଯୋଗ କରାଯାଇଛି । ଦେଶରେ କୋଟି କୋଟି ର୍ଶ୍ରମିକ ଥିବାବେଳେ ଶ୍ରମିକ ମାନଙ୍କ ପ୍ରତି ଅବହେଳା, ଶ୍ରମ ଆଇନ୍ର ଉଚ୍ଛେଦ କରାଯାଇଥିବା ପ୍ରତିବାଦରେ ଏ.ଆଇ.ଟି.ୟୁ.ସି ନେତୃତ୍ୱରେ ଏକ ଶୋଭାଯାତ୍ରା ତିନିମୁହାଣୀଠାରୁ ବାହାରି ଟାଉନ୍ହଲ୍କୁ ଆସିଥିଲା । ପରେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ୍ ହଲ୍ଠାରେ ଏକ ସମାରୋହ ଉତ୍ସବ ଅନୁÂିତ ହୋଇଥିଲା । ଏ.ଆଇ.ଟି.ୟୁ.ସିର ଜିଲ୍ଲା ସଭାପତି ବାବାଜି ଧଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଶତ ବାର୍ଷିକ ଉତ୍ସବରେ ଜିଲ୍ଲା ଶ୍ରମ ଅଧିକାରୀ ରାମଚନ୍ଦ୍ର ନାୟକ, ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବାବଳେ ସିପିଆଇ ରାଜ୍ୟ ସଂପାଦକ ଅଭୟ ସାହୁ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ, ମୁକ୍ତାର ଖାଁ, ଜଗତ୍ଜୀବନ ଦାସ, ଫକିର ଖଟୁଆ, ଗଦାଧର ମଲ୍ଲିକ, ଅଶୋକ ତ୍ରିପାଠୀ, କୃଷ୍ଣଚନ୍ର୍ଦ୍ର ରାଉତ, ଅଙ୍ଗନୱାଡି ସଂଘର ସଭାପତି କ୍ରାନ୍ତିପ୍ରଭା ନାୟକ, ସୈାଭାଗିନୀ ପତି ପ୍ରମୁଖ ଶ୍ରମିକଙ୍କ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସଂପାଦକ ବିକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।