ବଲାଙ୍ଗିର, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଦ୍ବାରା ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଘଟଣାରେ ଦୁଇ ଅଟୋ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଏ.ଏସ.ଆଇ.ସାୱନ କେରକେଟା ତା.୬/୧୨/୨୧ ସମୟ ୧୦ ଟାରେ ନିଜ ଥାନା ଏରିଆରେ ପେଟ୍ରୋଲିଂ କରୁଥିଲେ । ସେହି ବେଲପଡା ବ୍ଳକ କନ୍ଧେନଝୁଲା ଛକ ଠାରେ ଦୁଇଟି ଅଟୋ ରିକ୍ସାରେ ଖପ୍ରାଖୋଲ ଥାନା ଭରୁଆମୁଣ୍ଡା ଗାଁର ୩ ଜଣ ପୁରୁଷ, ୫ ଜଣ ମହିଳା, ୪ ଜଣ ଶିଶୁ ଥିବା ଦେଖିବାକୁ ପାଇଥିଲେ । ପରେ ଖପ୍ରାଖୋଲ ଥାନା ଆଣି ୧୨୯ ରେ କେଶ ରେଜିଷ୍ଟ୍ରେସନ କରିଥିଲେ ଓ ଦୁଇ ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଦୁଇ ଅଟୋକୁ ଜବତ କରିଛନ୍ତି । ଥାନା ରେ କେଶ ନମ୍ବର ୧୨୦,୩୭୦,୩୭୪,୩୪ ଆଇପିସି ଧାରା ରୁଜୁ କରି ଡ୍ରାଇଭର ବିରଞ୍ଚି ବାଗ (୪୧) ଓ ପୂର୍ଣ୍ଣ ବଗର୍ତ୍ତି (୩୦) କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଫିସର ନାରାୟଣ ସାହୁ ସୂଚନା ଦେଇଛନ୍ତି । ମୁଖ୍ୟ ଦଲାଲ୍ କନ୍ଧେନଝୁଲା ଗାଁ ଗୋପ ରାଏ (୫୭) ଓ କଣ୍ଟାବାଞ୍ଜି ଅମରେନ୍ଦ୍ର ବାଗ ଫେରାର ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି।
Related Stories
November 22, 2024