
ଖୋର୍ଦ୍ଧା, ବିଲ୍ ପାସ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଖୋର୍ଦ୍ଧା ଜଳସେଚନ ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ । ବିଲ୍ ପାସ୍ କରାଇଦେବା ପାଇଁ ସେ ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କ ଠାରୁ ଆଜି ଏହି ଲାଂଚ ବାବଦ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ଯନ୍ତ୍ରୀଙ୍କ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ବାସଭବନ ଏବଂ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ଜାରୀ ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଏସପି କେ.ବି. ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଛନ୍ତି ।