-
ଧାନ ବିଲରୁ ଜଳ ନିଷ୍କାସନ ଓ କ୍ଷତିପୂରଣ ଦାବି
ଭଦ୍ରକ, ଭଦ୍ରକ ଜିଲ୍ଲା ଧାମରା ପୋର୍ଟ ୩ ନମ୍ବର ଫାଟକ ଆଗରେ ଶତାଧିକ ଚାଷୀଙ୍କ ଧାରଣା । ବାତ୍ୟା ଜୱାଦ୍ ପ୍ରଭାବରେ ଅଦିନିଆ ବର୍ଷା ଫଳରେ ଚାଷଜମିରେ ପାଣି ନିଷ୍କାସନ ହୋଇନପାରି ଧାନ ନଷ୍ଟ ହୋଇଗଲାଣି । ପୋର୍ଟ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା ଯୋଗୁଁ ପାଣି ନିଷ୍କାସନ ପାଇଁ ଥିବା ନାଳ ଗୁଡ଼ିକୁ ବନ୍ଦ ହୋଇଯାଇଛି ସେଥିପାଇଁ ବର୍ଷାଜଳ ନିଷ୍କାସନ ହୋଇପାରୁଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଆଜି ସ୍ଥାନୀୟ କାଇଥକୋଲା ପଚାଂୟତର ୧୪ ଖଣ୍ଡ ଗ୍ରାମର ଶତାଧିକ ଚାଷୀ ଏକତ୍ରିତ ହୋଇ କମ୍ପାନୀର ୩ ନମ୍ବର ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ଯାହା ଫଳରେ ସେହି ଫାଟକ ଦେଇ କମ୍ପାନୀ ଭିତରକୁ ଯାଉଥିବା ଶ୍ରମିକ ମାନେ କମ୍ପାନୀକୁ ଯାଇନପାରି ଅଟକି ରହିଛନ୍ତି । ଘଟଣାସ୍ଥଳରେ ଧାମରା ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତେବେ ଏନେଇ କମ୍ପାନୀ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।