
ମାଲକାନଗିରି, ମାଲକାନ ଗିରି ଜିଲା ପୋଲିସ ପକ୍ଷ ରୁ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଜିଲା ପୁଲିସ ମୁଖ୍ୟାଳୟ ସ୍ଥିତ ପଡିଆ ଠାରେ ଆୟୋଜିତ ପ୍ୟାରେଡ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହୟେ ମୀନା ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିବାଦନରେ ଶ୍ରୀ ମିନା ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛାବାର୍ତ୍ତା ପାଠ କରିଥିଲେ। ୧୯୭୨ ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଦେଶ ଭିତରେ ସୁରକ୍ଷା ପାଇଁ ଡିସମ୍ବେର ୬ ତାରିଖରେ ଏହି ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ବାହିନୀ ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଛି। ବିଶେଷ କରି କରୋନା ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ଭାବେ ଲୋକଙ୍କୁ ସେମାନେ ସେବା ଯୋଗାଇଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡିୟ ପୋଲିସ ଅଧିକାରୀ ଅଭିଳାଷ ଜି ଯୋଗ ଦେଇଥିବାବେଳେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମ ପ୍ରସାଦ ନାଗ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।