
ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ଵାନ କ୍ରମେ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ପ୍ରତି ୱାର୍ଡ ଏବଂ ପଞ୍ଚାୟତ ଗସ୍ତ କରୁଛନ୍ତି । ସେଠାରେ ପହଞ୍ଚି ୱାର୍ଡ ଏବଂ ପଞ୍ଚାୟତ କମିଟି ଗଠନ ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀ ଚୟନ କରାଯାଉଛି । କାଲିମେଳା ବ୍ଳକ ଜୋନ-୨ ଅନ୍ତର୍ଗତ କୋଇମେଟଲା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ, ପୂର୍ବତନ ବ୍ଲକ ସଭାପତି ତଥା ନବରଙ୍ଗପୁର ସାଂସଦ ପ୍ରତିନିଧି ଇ ଭେଙ୍କଟ ରାଓ, ଜୋନ ସଭାପତି କାର୍ତ୍ତିକ ଦେବନାଥ, ବ୍ଲକ ବିଜୁ ଯୁବ ସଭାପତି ପ୍ରମୋଦ ପଟ୍ଟନାୟକ, ବ୍ଲକ ବିଜୁ ଯୁବ ସମ୍ପାଦକ ପ୍ରଦୀପ ମଣ୍ଡଳ, କୋଇମେଟଲା ପଞ୍ଚାୟତ ସଭାପତି ଦେବାଶିଷ ହାଲଦାର, ମିରନାଲ ତାଲୁକଦାର, ସଚିନ ମିସ୍ତ୍ରୀ , ଗଙ୍ଗା ମାଡ଼କାମି, ମୁନା ପଡିଆମି ଓ ସୈମିତ୍ର ଦତ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ନାମକୋଣ୍ଡା, ଏମଭି- ୬୭, ଏମଭି- ୬୮, ଏମପଭି-୩୩, ମାରା ନପାଲ୍ଲି ଓକୋଇମେଟଲା ଗ୍ରାମବାସୀ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।