
ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୪୫୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୧୩୨ ହୋଇଛି ।
ଦିଲ୍ଲୀରେ ଗତ ୨୪ ଘଂଟାରେ ୬୩ କରୋନାର ନୂଆ ମାମଲା
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୬୩ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୦ ହୋଇ ଯାଇଛି ।