
ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରରୁ ମହାରାଷ୍ଟ୍ରର ଚାରିଦିନିଆ ଗସ୍ତରେ ରହିବେ । ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ରବିବାର ଦିନ କୁହାଯାଇଛି ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ମହାରାଷ୍ଟ୍ର ଗସ୍ତରେ ରହିବେ । ରାଷ୍ଟ୍ରପତି ୬ ଡିସେମ୍ବର ଦିନ ରାୟଗଡ଼ ଅଂଚଳକୁ ଗସ୍ତ କରିବେ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।
ରାଷ୍ଟ୍ରପତି ୭ ଡିସେମ୍ବର ଦିନ ପୁଣେର ଲୋହେଗାଓଁ ଅଂଚଳରେ ବାୟୁସେନା ଷ୍ଟେସନ ଗସ୍ତ କରିବେ, ଯେଉଁଠାରେ ଉଡ଼ାନ ପ୍ରଦର୍ଶନ ଦେଖିବେ ଏବଂ ବାୟୁ ସୈନିକଙ୍କ ସହିତ ଆଲୋଚନା କରିବେ ।
ରାଷ୍ଟ୍ରପତି ୮ ଡିସେମ୍ବରକୁ ମୁମ୍ବାଇରେ ୨୨ତମ ମିସାଇଲ ବେସଲ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ପ୍ରଦାନ କରିବେ ।