ଗଞ୍ଜାମ, ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ ଆଦି ରୋଗର ପରୀକ୍ଷା କରି ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରିଥିଲେ । ଓମିକ୍ରନ ଠାରୁ ସୁରକ୍ଷିତ ରହିବା ପାଇଁ ଆଚରଣ ବିଧି ପାଳନ ସହ ତୁଳସୀ, ଡାଲଚିନି, ଶୁଣ୍ଠି, ଗୋଲମରିଚ ଓ ଦ୍ରାକ୍ଷା ମିଶ୍ରିତ ଇମ୍ୟୁନିଟି ବର୍ଦ୍ଧକ ଆୟୁଷକ୍ୱାଥ ପ୍ରାତଃରେ ପାନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପ୍ରତ୍ୟେକ ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ । ଏହି ଶିବିରର ପ୍ରାୟୋଜକ ଥିଲେ ଡ଼. ବିକର୍ତନ ଦାଶ । ମନ୍ଦିର କମିଟିର ସଭ୍ୟ ସଭ୍ୟା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 22, 2024