ଭୁବନେଶ୍ୱର, ଓମିକ୍ରନ୍ ଆକ୍ରାନ୍ତ ରାଷ୍ଟ୍ରରୁ ଓଡ଼ିଶା ଫେରିଥିବା ରାଜ୍ୟର ୪୦ ପ୍ରତିଶତ ବିଦେଶ ଫେରନ୍ତା ଠାବ ହୋଇପାରୁନାହାନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ ବିଦେଶରୁ ଫେରୁଥିବା ଲୋକ ମାନଙ୍କ ଉପରେ ପ୍ରଶାସନ ନଜର ରଖିଛି ।
ସେ ସୂଚନା ଦେଇ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି । ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି । ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ô
ସେ କହିଛନ୍ତି ଯେ ବର୍ତମାନ ଯାଏଁ ୪ କୋଟି ୪୫ ଲକ୍ଷ ଡୋଜ ଟିକା ଦିଆ ସରିଲାଣି । ୮୬ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ ଦିଆ ସରିଲାଣି । ୫୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ସମସ୍ତଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଟିକା ଦିଆଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ବର୍ଷା ଓ ବାତ୍ୟା ବେଳେ ବି ରାଜ୍ୟରେ ଟିକାକରଣ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକଚୁ ଛାଡ଼ି ଅନ୍ୟସବୁ ଜିଲ୍ଲାରେ ଟିକାକରଣ ଚାଲୁ ରହିଥିଲା । ଗତକାଲି ରବିବାର ରହିଥିଲେ ବି ଟିକାକରଣ ଚାଲିଥିଲା ବୋଲି ସେ କହିଛନ୍ତି ।