
କନ୍ଧମାଳ ,କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର । ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ (ଏଏନପିଏଫ) ପକ୍ଷରୁ ଏହି ପୋଷ୍ଟର ଜାରି ହୋଇଥିବା ଜଣାପଡ଼ିଛି । ଗୋଟିଏ ପଟେ ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହିନୀ ପିଏଲଜିଏ ସପ୍ତାହ ପାଳନ କରୁଥିବା ବେଳେ ମାଓ ପ୍ରବଣ ଅଞ୍ଚଳରେ ଆଣ୍ଟି ନକ୍ସଲ ପିପୁଲ୍ ପିସ୍ ଫୋର୍ସ ଏହାକୁ ତୀବ୍ର ବିରୋଧ କରିଛି । ଏହି ସପ୍ତାହ ପାଳନ କଲେ ଜନତାଙ୍କ ଲାଭ କଣ? ଜଦି ଜନତାଙ୍କ ଲାଭ ନାହିଁ ତେବେ କ”ଣ ପାଇଁ ଜନତା ପାଳିବେ ପିଏଲଜିଏ ସପ୍ତାହ ବୋଲି ପୋଷ୍ଟର ମାଧ୍ୟମରେ ପ୍ରଶ୍ନ କରିବାସହ କେଉଁ କାରଣରୁ ଚୀନ୍ ର ଏକ ଅଇଁଠା ଖିଆ କୁକୁର ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମାଓବାଦୀଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେବାସହ କାଗଜ ବାଘ ମାଓବାଦୀଙ୍କୁ ଭୟ ନକରି ଦୈନନ୍ଦିନ କାର୍ଯ୍ୟ ଜାରି ରଖିବାକୁ ଅଞ୍ଚଳବାସିଙ୍କୁ କହିଛି ଏଏନପିଏଫ।