
ଭୁବନେଶ୍ବର, ଜୱାଦ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଏବେ ବି ବର୍ଷା ଜାରି ରହିଥିବା ଜଣା ପଡିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମସଂଖ୍ୟକ ବସ ଚଳାଚଳ କରୁଥିବାର ପରିଲକ୍ଷିତ ହେଉଛି। ଏଠାରେ ଉଲ୍ଲେଖ କରାଯାଉ ପାରେ ଯେ ଶନିବାର ଦିନ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ଭୁବନେଶ୍ୱର ଓ କଟକରେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଦିଆଯାଇଛି ।