ଧର୍ମଶାଳା, ପଚାଂୟତ ନିର୍ବାଚନ ସମୟ ପାଖେଇ ଆସୁଛି । ବିଭିନ୍ନ ଦଳ ନିଜ ନିଜର ରଣ କୌଶଳ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଏନେଇ ଗତକାଲି ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୩୬ ନଂ ଜୋନର ବିଜେପିର ମୁଖ୍ୟ କର୍ମକର୍ତାମାନଙ୍କୁ ନେଇ ନିର୍ବାଚନୀ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମଣ୍ଡଳ ସଭାପତି ସୌଭାଗ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବରୀ ବିଜେପି ନେତା ଆଶୁତୋଷ ପରିଡା, ବରିଷ୍ଠ ନେତା ପ୍ରଫୁଲ୍ଲ ଗିରି ଓ ୨୩ ନଂ ଜୋନ୍ ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନରେ ବିଜେପିର ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଦଳୀୟ କର୍ମକର୍ତା ଏକତ୍ର ହୋଇ ନିର୍ବାଚନ ଲଢିବା ସହ ଶୃଙ୍ଖଳିତ ହୋଇ ଲୋକଙ୍କ ନିକଟକୁ ଯିବାକୁ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ସମସ୍ତ ୱାର୍ଡରେ କମିଟି ଗଠନ ସହ ପ୍ରାର୍ଥୀ ଚୟନ ପାଇଁ ବିଭିନ୍ନ ପଂଚାୟତରେ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ଏହି ବୈଠକରେ ପ୍ରଶାନ୍ତ ମହାରଣା, ଅନୀଲ ରାଉତ, ଦେବାଶିଷ ସିଅ, ଆଶୁତୋଷ ବାରିକ, ପବିତ୍ର ଖଣ୍ଡାଇ, ସିଦ୍ଧେଶ୍ୱର ପଣ୍ଡା, ସୁରେନ୍ଦ୍ର ବେହେରା, ମିଥୁନ କୁଣ୍ଡୁ, ଅଚ୍ୟୁତ ମହାଳିକ, ପ୍ରଶାନ୍ତ ମହାନ୍ତି ଓ ବିଚିତ୍ର ଘୋଷାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।