ଭୁୁବନେଶ୍ୱର,ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ସହକାରୀ ଯୋଗାଣ ଅଧିକାରୀଙ୍କ ଘର ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରା ଯାଇଥିବା ଜଣା ପଡିଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଶନିବାର ସକାଳେ ତାଙ୍କ ସହ ଜଡିତ ୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଭୁବନେଶ୍ୱରର କୋର୍ଟର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଂଟର ଆଧାରରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୪ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ତାଙ୍କ ନିକଟରୁ ୨ ଲକ୍ଷ ୭୪ ହଜାର ଟଙ୍କା ନଗଦ, ଗୋଟିଏ କାର, ତିନୋଟି ବାଇକ ଥିବା ଜଣା ପଡିଥିବା ବେଳେ ଏହି ମାମଲାରେ ଚଢାଉ ଜାରୀ ରହିଛିା