-
ମମିତା ମେହେର ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ
-
ବାହିନୀପତିଙ୍କ ଅଭିନବ ଉପାୟରେ ପ୍ରତିବାଦ
-
ପୂଜକ ବେଶରେ ଆସି ଗୃହ ଭିତରେ ଗଙ୍ଗା ଜଳ ଛିଂଚିଲେ କଂଗ୍ରେସ ବିଧାୟକ ବାହିନୀପତି
ଭୁବନେଶ୍ୱର, ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ମମିତା ମେହେର ହତ୍ୟା ମାମଲାରେ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଟ୍ଟଗୋଳ କାରଣରୁ ବିଧାନସଭାରେ ପ୍ରଥମାର୍ଧ ବୈଠକରେ କୌଣସି କାମ ହୋଇ ପାରି ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୦.୩୨ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ଆଜି ୧୦.୩୦ଟାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲ।। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ମମିତା ମେହେର ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ । ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅତ୍ୟନ୍ତ ଅଭିନବ ଉପାୟରେ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା । ସେ ପୂଜକ ବେଶରେ ଆସି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପବିତ୍ର ଦର୍ଶାଇ ି ପୋଡିୟମ ଚାରିପଟେ ଗୃହରେ ଗଙ୍ଗାଜଳ ଛଂଚିିଛନ୍ତି । ଏହାସହିତ କଂଗ୍ରେସ ବିଧାୟକମାନେ ଘଂଟି ପିଟି ଅଭିନବ ପ୍ରତିବାଦ ଜଣାଇଛନ୍ତି ।
ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ କହିଥିଲେ । ସେ କହିଥିଲେ ଯେ ଏହା ପବିତ୍ର ବିଧାନସଭା , କୌଣସି ଡ୍ରାମା କରିବାର ସ୍ଥାନ ନୁହେଁ । ମାତ୍ର ବିରୋଧୀ ବିଧାୟକ ମାନେ ତାଙ୍କ କଥା ଶୁଣି ନ ଥିଲେ । ତେଣୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଏହି କାରଣରୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଆଦି କୌଣସି କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଆଜି ପ୍ରଥମାର୍ଧ ମାତ୍ର ୨ ମିନିଟ ପାଇଁ ଚାଲି ପାରିଥିଲା ।