ଭୁୁବନେଶ୍ୱର,କରୋନାର ନୂଆ ଭାରିଆଂଟ ଓମିକ୍ରନ ବିରୋଧରେ ଟୀକା କାମ କରୁଛି । ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ତାଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟାଦେଇଛନ୍ତି ।
ସେ କହିଛନ୍ତି ଓମିକ୍ରନ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ହୋମ ଆଇସୋଲେଶନକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ମାନେ ବିଦେଶରୁ ଆସୁଛନ୍ତି କେନ୍ଦ୍ର ସରକାରଙ୍କୁ କୁହାଯାଇଛି ରାଜ୍ୟକୁ ଅବଗତ କରିବା ପାଇଁ । ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିଲାଗି ସ୍ୱତନ୍ତ୍ର କ୍ୱରେଂଟାଇନ ସେଂଟର କରାଯାଇଛି । ଶିକ୍ଷାନୁଷ୍ଠାନ ରେ କିଭଳି କରନା ନ ବ୍ୟାପିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।