
ଭୁୁବନେଶ୍ୱର,ଦେଶରେ କରୋନାର ନୂଆ ଭାରିଆଂଟ ଓମିକ୍ରନ ପ୍ରବେଶ କରିବା ପରେ ଏହା ଉପରେ ପ୍ରତିକ୍ରିୟା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । କୋଭିଡ ଗାଇଡ଼ଲାଇନ କୁ କଡାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨ ମାସ ଭିତରେ ୧୦ ଟି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛି । ବିଭାଗୀୟ ସଚିବ ମଧ୍ୟ ପ୍ରତ୍ୟେକ ମାସରେ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନ ରେ ରଖାଯାଇ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରେ କାର୍ଯ୍ୟ ଜାରି ରହିଛି । ଛାତ୍ରଛାତ୍ରୀ ଙ୍କ ପାଠପଢା ଉପରେ ଗୁରୁତ୍ୱ ଦିଆଯାଉଛି ।
ସ୍କୁଲ ବନ୍ଦ କରିବା ପ୍ରସଙ୍ଗରେ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ସେ ଆହୁରି କହିଛନ୍ତି ଯେ ଯେଉଁ କେତେକ ଆବାସିକ ବିଦ୍ୟାଳୟ ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଠାରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେଇଛି । ପିଲାଙ୍କ ଶିକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଶା କରୁଛି ସଂକ୍ରମଣ କୁ ନେଇ ସେଭଳି କୌଣସି ପରିସ୍ଥିତି ଉପୁଜିବ ନାହିଁ ।