
-
ଜମନକିରା ଲ୍ୟାମ୍ପସ୍ ଏମଡିଙ୍କ ଘର ସମେତ ୫ ସ୍ଥାନରେ ଏକକାଳୀନ ଚଢ଼ଉ
ସମ୍ବଲପୁର,ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଜମନକିରା ଲ୍ୟାମ୍ପସ୍ ଏମଡି ଫଣିନ୍ଦ୍ର କୁମାର ସାହୁଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ଦୀର୍ଘ ଦିନ ଧରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପସ୍ ରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଭିତି କରି ଜିଲ୍ଲା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତିନି ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇଙ୍କ ସମେତ ବିଭାଗୀୟ ପଦାଧିକାରୀ ଏକକାଳୀନ ଜମନକିରା ସମବାୟ ଲ୍ୟାମ୍ପସ୍ ର ଏମଡି ଶ୍ରୀ ସାହୁଙ୍କ ଧନକଉଡା ସ୍ଥିତ ବାସଭବନ, ଧନୁପାଲି ସ୍ଥିତ ଭଡ଼ାଘର, ଜମନକିରା ଜଗନ୍ନାଥପାଟଣା ସ୍ଥିତ ପୈତୃକ ବାସଭବନ, ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ପଚଂଡା ସ୍ଥିତ ଶ୍ୱଶୁର ଘର ସମେତ ଜମନକିରା ଲ୍ୟାମ୍ପସ୍ କାର୍ଯ୍ୟାଳୟରେ ଚଢ଼ଉ କରିଛନ୍ତି । ଏହି ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିବା ସହ ଅନେକ ଦୁର୍ନୀତିର ସୁରାକ୍ ଭିଜିଲାନ୍ସ ବିଭାଗର ହସ୍ତଗତ ହୋଇଥିବା ଜଣାପଡିଛି ।