ବଲାଙ୍ଗିର,ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଓଡିଶାରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୧୦୪ ଗୋଟି ସ୍ଵତନ୍ତ୍ର ବିଦ୍ୟାଳୟରେ କାମ କରୁଥିବା ଶିକ୍ଷକ ଅଣ ଶିକ୍ଷକ ଓ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ ଜରିଆରେ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ୧୬.୧୨.୨୦୧୬ ଉଚ୍ଚସ୍ତରୀୟ ବୈଠକ ନିଷ୍ପତ୍ତି ଅନୁସାରେ ପ୍ରେରଣ ହୋଇଥିବା ଫାଇଲ୍ କୁ ପୁନଃ ପ୍ରବର୍ତ୍ତନ କରି ସ୍ଵତନ୍ତ୍ର ବିଦ୍ୟାଳୟ କର୍ମଚାରୀ ମାନଙ୍କର ନିୟମିତ ଅବସରକାଳୀନ ଭତ୍ତା ପ୍ରଦାନ ସହିତ ସେବା ସର୍ତ୍ତାବଳୀ, ଛୁଟି ନିୟମ ପ୍ରଚଳନ ସହିତ କ୍ୟାଡ଼ର୍ ରୁଲ ପ୍ରଚଳନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ମଞ୍ଜୁରୀ ହୋଇଥିବା ତଥା ଅର୍ଥ ବିଭାଗ ଦ୍ଵାରା ଅନୁମୋଦନ ଲାଭ କରିଥିବା ଏମଏସିପି ସୁବିଧା ଶୀଘ୍ର ଲାଗୁ କରାଯାଉ, ଏସଏସଇପିଡି ବିଭାଗ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଏଚଅ।ରଏମଏସ ପୋର୍ଟାଲରୁ ସ୍ଵତନ୍ତ୍ର ଅନୁଦାନପ୍ରାପ୍ତ ବିଦ୍ୟାଳୟ କର୍ମଚାରୀଙ୍କ ନାମ ବାଦ୍ ପ୍ରସଙ୍ଗକୁ ତୁରନ୍ତ ପ୍ରତ୍ୟାହାର କରି କର୍ମଚାରୀ ମାନଙ୍କ ବେତନ ଏଚଅ।ରଏମଏସ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରିବା ଅନ୍ୟତମ । ଆଗାମି ୧୨.୧୨.୨୦୨୧ ପୂର୍ବରୁ ଦାବି ଗ୍ରହଣ କରାନଗଲେ, ୧୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ବଲାଙ୍ଗୀର ସ୍ଵତନ୍ତ୍ର ବିଦ୍ୟାଳୟ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।