ସମ୍ବଲପୁର – ବୁର୍ଲା ଭିମସାରର ଦନ୍ତ ଚିକିତ୍ସା ବିଭାଗରେ ଏଚଆଇଭି ସଂକ୍ରମିତଙ୍କ ଅପରେସନ ବିବାଦର ଆଜିଠୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ୫ ଜଣିଆ ଟିମ୍ ଏହାର ତଦନ୍ତ କରୁଛନ୍ତି । ଏହି ଟିମ୍ ର ମୁଖ୍ୟ ଯକ୍ଷ୍ମା ବିଭାଗର ମୁଖ୍ୟ ପ୍ରଭାତୀ ଦତ ଅଛନ୍ତି ।
ଦନ୍ତ ବିଭାଗର ଓଟିରେ ଜଣେ ଏଚଆଇଭି ରୋଗୀଙ୍କ ଅପରେସନ ପୂର୍ବରୁ ଓ ପରେ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଓ ସେଠାରେ ଅନ୍ୟ ରୋଗୀଙ୍କ ଅପରେସନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏଚଆଇଭି ଆକ୍ରାନ୍ତଙ୍କ ଅପରେସନ ସମୟରେ ଯେଉଁ ଗାଇଡ୍ ଲାଇନ୍ ପାଳନ କରାଯିବା କଥା ସେଥିରେ ମଧ୍ୟ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ଘଟଣାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଥିଲା ।