
ଭୁବନେଶ୍ୱର, ବାତ୍ୟା ଜୱାଦ ପାଇଁ ଅଧାରୁ ବନ୍ଦ ହୋଇଛି କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । କୋଣାର୍କ ଠାରେ ଗତ ୧ ତାରିଖରୁ କୋଣାର୍କ ଉତ୍ସବ ୨୦୨୧ ଆରମ୍ଭ ହୋଇଥିବା ବେଳେ ଚନ୍ଦ୍ରଭାଗା ଠାରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆରମ୍ଭ ହୋଇଥିଲା । ଶୁକ୍ରବାର ଦିନ ବଙ୍ଗୋପସାଗରେ ସୃଷ୍ଟ ଅବପାତ ବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଜୱାଦ ପୁରୀ ଠାରେ ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟାକୁ ଦେଖି ୨ଟି ଯାକ ଉତ୍ସବକୁ ଶୁକ୍ରବାରଠୁ ବନ୍ଦ ରଖିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତି ନେଇଛି ।