
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ର ଯୁବ ରେଡକ୍ରସ ସଂସ୍ଥା ଓ ଜାତୀୟ ସେବା ଯୋଜନା ତରଫରୁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ତିଥିରେ ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ପଟେଲଙ୍କ ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କୁ ଉଦଘାଟନ କରିବା ସହିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସଭାର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ ଅଧ୍ୟାପକ ଲୋକନାଥ ମହାନ୍ତି। ମୁଖ୍ୟ ବକ୍ତା ଭାବେ ଡଃ ଶିରିଷ କୁମାର ଷଡଙ୍ଗୀ ପଟେଲଙ୍କ ଜୀବନୀ ଓ ଦେଶ ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ ଉପରେ ଆଲୋକ ପାତ କରିଥିଲେ। ଅନ୍ୟ ତମ ଅତିଥିଭାବେ ସୁନୀଲ କୁମାର ମୁନି,ସୁଶାନ୍ତ କୁମାର ପାତ୍ର, ପଦ୍ମନାଭ ପ୍ରଧାନ ଆଦି ଯୋଗଦେଇ ରାଷ୍ଟ୍ରୀୟ ଏକତା ସମ୍ପର୍କରେ ଗୁରୁତ୍ଵ ଆରୋପ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ଅଧ୍ଯାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଶେଷରେ ଯୋଜନା ଅଧିକାରୀ ଅଧ୍ୟାପକ ସୁନିର କାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।