ଟାଉନ ଥାନା ଅନ୍ତର୍ଗତ ଲୋକନାଥ ରୋଡ଼ ପ୍ରତିହାରୀ ନିଯୋଗ ସାମ୍ମନାରେ ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ରାଷ୍ଟ୍ରୀୟ ହିନ୍ଦୀ ଦୈନିକ ଖବର କାଗଜ ସନମାର୍ଗ ର ପୁରୀ ମୁଖ୍ୟ ବିଷ୍ଣୁଦତ୍ତ ଦାସଙ୍କ ଉପରେ ଅପରାହ୍ନ ୩. ୩୮ ମିନିଟ ସମୟରେ ଏକ ବୋମା ଅଗ୍ନି ସଂଯୋଗ ଅବସ୍ଥାରେ ସାମ୍ବାଦିକଙ୍କ ପେଟରେ ମାଡ଼ହୋଇ ଘର ବାରଣ୍ଡାରେ ପଡିଥିଲା |ଗୃହରେ ଥିବା ସାମ୍ବାଦିକ ଙ୍କ ସହଧର୍ମିଣୀ ତତକ୍ଷଣାତ ଉପସ୍ଥିତ ବୁଦ୍ଧି ଲଗାଇ ବୋମା ଉପରେ ପାଣି ପକାଇ ନିଷ୍କ୍ରିୟ କରି ଦେଇଥିଲେ |ଯାହା ଫଳରେ ଗୃହରେ ରହିଥିବା ତିନିଜଣ ବ୍ୟକ୍ତି ଯଥା ସାମ୍ବାଦିକ, ତାଙ୍କ ବୃଦ୍ଧା ଓ ଅସୁସ୍ଥ ମାଆ ଏବଂ ସହଧର୍ମିଣୀ ଙ୍କ ଜୀବନ ବଞ୍ଚି ଯାଇଥିଲା |ଏହାପରେ ୩. ୪୪ ମିନିଟ ସମୟରେ ଟାଉନ ଥାନା ପ୍ରଭାରୀ ନିରୀକ୍ଷକ ଗୋକୁଳ ରଞ୍ଜନ ଦାସ ଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ |
ଏଥି ସହିତ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ ଡ଼ କିଷାନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ସମେତ ଓଡିଶାର ବରିଷ୍ଠ ias ଓ ips ଅଧିକାରୀ ମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ କରାଇଥିଲେ |ସୂଚନା ଯୋଗ୍ୟ ପ୍ରତିହାରୀ ନିଯୋଗରେ ଅନୁଷ୍ଠିତ ଏକ ବିବାହ ଶୋଭାଯାତ୍ରରେ ପାଇପରୁ ବୋମା ବାହାରି ବିସ୍ଫୋରଣ ପାଇଁ ସାମ୍ବାଦିକ ଙ୍କ ଘରେ ପଡିଥିଲା |ଏ ସମ୍ପର୍କରେ ସାମ୍ବାଦିକ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ବଞ୍ଚାଇ ଦେଲେ |ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ନିବେଦନ କରିଛନ୍ତି ଏଭଳି ବିସ୍ଫୋରକ ବ୍ୟବହାର କରୁଥିବା ବରଯାତ୍ରୀ ଶୋଭାଯାତ୍ରକୁ ପୁରୀ ସହରରେ ବନ୍ଦ କରି ଦିଆଯାଉ |
Related Stories
November 23, 2024