ଜୟପୁର,, ମାଓବାଦୀ ମାନେ ପି.ଏଲ.ଜି.ଏ ସପ୍ତାହ ପାଳନ ହୋଇଥିବାରୁ ଜୟପୁର ଜୋନରୁ ୧୪ଟି ରୁଟରେ ବସ ଚଳା ଚଳ ପ୍ରଭାବିତ ହୋଇଛି । ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି । ଛତିଶଗଡ- ଆନ୍ଧ୍ର- ଓଡିଶାରେ ସୁରକ୍ଷା କର୍ମୀ ମାଓବାଦୀ ଗତିବିଧି ଉପରେ କଡା ନଜର ରଖିଛନ୍ତି । କିଛି ବର୍ଷ ହେବ ସୁରକ୍ଷାକର୍ମି ଓ ମାଓବାଦୀ ଙ୍କ ଦ୍ୱାରା ମୁହାଁ ମୁହିଁ ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ମାଓବାଦିଙ୍କୁ ଶକ୍ତ ଧକ୍କା ଲାଗିଛି ତେଣୁ ସେ ମାନେ ରକ୍ତ ମୁଖା ହୋଇପଡିଛନ୍ତି । ଏହାର ଜାବବ ଦେଇ ପ୍ରତିଶୋଦ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ସୁରକ୍ଷା ବାହୀନି ତରଫରୁ କୁମ୍ଭି ଅପରେସନ କୁ ଜୋରା ସୋର କରାଯାଇଥିବା ଥିବା ବେଳେ ତଲାସି ଅଭିଯାନ କୁ ବ୍ୟାପକ କରାଯାଉଛି । ପୁବ ଅପେକ୍ଷା ମାଓ ହିଁସା ରୋକିବାରେ ପୋଲିସ ସଫଳ ହୋଇଛି । ସପ୍ତାହ ବ୍ୟାପି ମାଓବାଦୀଙ୍କ ପି.ଏଲ.ଜି.ଏ ପାଳନ କରାଯାଉଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ଉପାନ୍ତ ଗ୍ରାମରେ ସଭା. ସମିତି କରି ମାଓ ସଂଗଠନର କାଯ୍ୟ , ଆଦର୍ଶ ସମ୍ପର୍କରେ ଯୁବ ଗୋଷ୍ଠି କୁ ଜଣାଇ ମାଓ ସଂଗଠନରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥାଏ । ବିଶେଷ କରି ଯୁବକ ଗୋଷ୍ଠି କୁ ମାଓ ସଂଗଠନରେ ସାମିଲ କରିବା ଏହା ର ମୁଖ୍ୟ ଉଦ୍ଦେଷ୍ୟ । ଗତ ୨ ହଜାର ମସିହାରେ ପ୍ରଥମେ ମାଓ ସଂଗଠନ ପକ୍ଷରୁ ଏହି ପିପୁଲସ ଲିବରସନ ଗୋରିଲା ସ୍ଥାପନ କରାଯାଇଥିଲା । ଶତୃ ସହ ମୁକାବିଲା କରିବା ବା ଆକ୍ରମଣ କରିବା ମୁଖ୍ୟ କାଯ୍ୟ ବୋଲି ତାଲି ମଧ୍ୟ ଦିଆଯାଇଛି । ୨ ତାରିଖ ରୁ ଆରମ୍ବ ହୋଇ ଥିବା ଏହି ମାଓବାଦୀଙ୍କର ପିଏଲ.ଜି.ଏ ସପ୍ତାହରେ ବସ ଚଳା ଚଳ ବନ୍ଦ ରହିଛି । ୨ ତାରିଖ ରୁ ୮ ତାରିଖ ଯାଏ ବସ ଚଳା ଚଳ ବନ୍ଦ ରହିଛି । ମାଓବାଦୀ ଙ୍କ ପିଏଲଜିଏ ସପ୍ତାହ ଜାରି ରହିଥିବା ରୁ ୮ ତାରିଖ ଯାଏ ବସ ଚଳା ଚଳ ବନ୍ଦ ରହିବ । ଜୟପୁର- ମାଲକାନଗିରି ବସ୍ ସେବା ସଂପୁଣ୍ଣ ଠପ୍ ହୋଇଯାଇଛି । ଅବିଭକ୍ତ କୋରପୁଟ ଜିଲାରେ ୩୫ ରୁ ଅଧିକ ସରକାରୀ ବସ ଚଳା ଚଳ କୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ଜୟପୁର ଜୁନର ପାଖା ପାଖି ୧୪ଟି ରୁଟରେ ବସ ଚଳାଚଳ ସମ୍ପୁଣ୍ଣ ବନ୍ଦ କରାଯାଇଛି । ୨ ତାରିଖ ଠାରୁ ମାଓବାଦୀ ଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଥିବାରୁ ସୁରକ୍ଷା ଦୃଷ୍ଟି ରୁ ସରକାରୀ ବସ ବନ୍ଦ କରାଯାଇଛି । ଏହି ସପ୍ତାହରେ ମାଓବାଦି ମାନେ ଯେପରି କିଛି କାଣ୍ଡ ନଘଟାଇ ପାରନ୍ତି ସେଥି ଯୋଗୁଁ ଜିଲା ପୋଲିସ ତରଫରୁ ସୁରକ୍ଷା ବାହିନି ଦ୍ୱାରା କଡା ସୁରକ୍ଷା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ବସ୍ ଚଳା ଚଳ ବନ୍ଦ ରଖାଯାଇଛି । ମାଲକାନଗିରି ଜିଲା ରୁଟ୍ରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣି ରୁଟ୍ରେ ୪ଟି ବସ୍ ବନ୍ଦ ହେବ । ଆନ୍ଧ୍ରର ଆରକୁ ଗୋଟିଏ ବସ୍, ପାବତିପୁରମ ଗୋଟିଏ, କାଶିପୁର ଦୁଇଟି, ଭଦ୍ରାଚଳମ ଦୁଇଟି ,ଗୁଣୁପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱର କୁ ଯାଉଥିବା ୮ଟି ବସ କୁ ସଂମ୍ପୁଣ୍ଣ ବନ୍ଦ ହେବ ବୋଲି ବିଭାଗ ସୁତ୍ର ରୁ ଜଣାଯାଇଛି । ମାଲକାନଗିରି ଜିଲା ମୋଟୁ ଠାରୁ ବିଶାଖାପାଟଣା ଦୁଇଟି ସେହିପରି ଉକ୍ତ ଜିଲାରୁ ଆନ୍ଧ୍ର ଯାଉଥିବା ୬ଟି ବସ ବନ୍ଦ କରାଯାଇଛି । ଏହି ବସ୍କୁ ଆସନ୍ତା ୮ ତାରିଖ ପଯ୍ୟନ୍ତ ବନ୍ଦ କରାଯିବ ବୋଲି ସୁଚନା ଦିଆଯାଇଛି । ଜିଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍ କରିବା ସହ କମ୍ବିଂ ଅପରେସନ୍ ଜୋରଦାର କରାଯାଇ ଜିଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ମାଓବାଦିଙ୍କ ସପ୍ତାହ ନେଇ ଅବିଭକ୍ତ କୋରାପୁଟ ଜିଲା ବାସୀ ଆତଙ୍କିତ ହୋଇପଡି ଥିବାରୁ ଜିଲା ପୋଲିସ ତରଫରୁ ଭୟଭିତ ହେବାର କିଛି ଆଶଙ୍କା ନାହିଁ ବୋଲି ଆଶ୍ୱାସନା ଦିଆଯାଇଛି । ୨.୧୨.୨୧ ତାରିଖ ଠାରୁ ମାଓବାଦୀ ଙ୍କ ପି.ଏଲ.ଜି.ଏ ସପ୍ତାହ ପାଳନ ହେଉଥିବା ବେଳେ ଏ ନେଇ କୋରାପୁଟ ମାଲକାନଗିରି ଜିଲାରେ ମାଓ ସଂଗଠନ ପି.ଏଲ.ଜି.ଏ ସପ୍ତାହ କୁ ଦୃଷ୍ଟି ରେ ରଖାଯାଇ ପରିବହନ ବିଭାଗ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲାକୁ ସରକାରୀ ବସ ଚଳାଚଳ ସଂପୁଣ୍ଣ ଭାବେ ବନ୍ଦ କରି ଦିଆଯାଇଥିବ ବିଷୟ ବିଭାଗ ତରଫରୁ ସୁଚନା ଦିଆଯାଇଛି । ୨ ତାରିଖ ରୁ ୮ ତାରିଖ ଯାଏ ଅବିଭକ୍ତ କୋରାପୁଟ ଜିଲାରେ ସୁରକ୍ଷା କୁ କଡା କଡି କରାଯାଇଥିବା ସହ ସିମାନ୍ତ ଅଞ୍ଚଳକୁ ସଲି କରାଯାଇ ଯାଞ୍ଚ କରାଯାଉଥିବା ସହ ନାକା କରାଯାଇଥିବା ବିଷୟ କୋରାପୁଟ ଜିଲା ପୋଲିସ ତରଫରୁ ସୁଚନା ଦେଇଛନ୍ତି । ଅନ୍ୟ ପଟେ ପି.ଏଲ.ଜି.ଏ ସପ୍ତାହ କୁ ସଫଳ କରିବା ଲାଗି ମାଓବାଦୀ ମାନେ କୋରାପୁଟ ମାଲକାନଗିରି ରାୟଗଡା ଜିଲାର ସୀମାନ୍ତ ଅଞ୍ଚଳରେ ଡାକ ବାଜୀ ଯନ୍ତ୍ର ସାହାଯ୍ୟରେ ଆହ୍ୱନ ଦେଇଥିବା ଜଣାଯାଇଛି ।ଏହି ସପ୍ତାହ ପାଳନ ସମୟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟିର ନେତା ମାନେ ଅଞ୍ଚଳ ଗସ୍ତ କରି ସଂଗଠନକୁ ଅଧିକ ଶକ୍ତିଶାଳୀ କରାଯିବା, ପୋଲିସ ତଥା ସୁରକ୍ଷା ବଳ ଙ୍କ ମଧ୍ୟରେ ଅଧିକରୁ ଅଧିକ ଭୟ ସୃଷ୍ଟି କରାଇବା । ତଥା ଯେଉଁ ଅଞ୍ଚଳରେ ସଂଗଠନ ଦୁର୍ବଳ ଅଛି ସେଠି ସ୍ଥୀନୀୟ ଲୋକ ଙ୍କୁ କିଭଳି ଅକ୍ତିଆର କରାଯିବ ସେ ନେଇ କ୍ୟାଡର ଙ୍କୁ ଅବଗତ କରାଇଥାନ୍ତି । ଅଧିକରୁ ଅଧକ ଯୁବ ପିଡିକୁ ସାମିଲ କରିବା ପାଇଁ ଯୋଜନା କରିଥାନ୍ତି । ଗତ ୨୦୦୦ ମସିହା ଠାରୁ ମାଓବାଦୀ ମାନେ ପି.ଏଲ.ଜି.ଏ ପ୍ରଜାଲିବର ସେନ ଗରିଲା ଆର୍ମି ଗ୍ରୁପ୍ ସପ୍ତାହ ପାଳନ କରି ଆସୁଛନ୍ତି । ଜୟପୁର ଓଏସଆରଟିସି ଜୋନର ଷ୍ଟେସନ ମାଷ୍ଟର ନବିନ ପତି କହିଛନ୍ତି ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ବ ହୋଇଥିବାରୁ ସୁରକ୍ଷା ଦୃଷ୍ଟରୁ ୍ ବସ ଚଳା ଚଳ ବନ୍ଦ ରହିଚି । ଆସନ୍ତା ୯ ତାରିଖରୁ ସ୍ୱାଭାବିକ ହେବ ।