ଧର୍ମଶାଳା,ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଂଚାୟତର ଭଅଁରା ଗ୍ରାମର ମା’ ଥାନପତି ଠାକୁରାଣୀଙ୍କ ନିକଟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କିଛି ଦିନ ଧରି ଭଅଁରା, ରାଇପୁର ଓ ବରିଲୋ ଗ୍ରାମରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହି ଅବସରରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ବିଶେଷ ଭାବରେ ଜ୍ୱର ହେଉଥିବା ଲୋକମାନଙ୍କର ରକ୍ତ ନମୂନା ପରୀକ୍ଷା, କଫ ପରୀକ୍ଷା କରାଯାଇଥିଲା । ଆଖପାଖ ଅଂଚଳର ବହୁ ଲୋକ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ନେଇଯାଇଥିଲେ । ଏଥିରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ଆଶିଷ କୁମାର ଦାସ, ଡକ୍ଟର ଶୁଶିଲ କୁମାର ମହାପାତ୍ର, ଡ. ଅଶ୍ୱିନ କୁମାର ରଣା, ଡ. ନୀତିଶ ମହାନ୍ତ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଚାଳନା ଅଧିକାରୀ ପବିତ୍ର ଗୌରବ ଦାସ, ଭେସଜ ସହାୟକ ପ୍ରଶନ୍ନଜିତ୍ କର, ସ୍ୱାସ୍ଥ୍ୟ କର୍ମୀ ବିଭୁଦତ ଖୁଂଟିଆ, ଆଦିତ୍ୟ ଦାସ, ଏଲ.ଟି. ବିଜୟ କୁମାର ନନ୍ଦ, ଯକ୍ଷ୍ମା ପରିଦର୍ଶକ ମନୋଜ କୁମାର ରାଉତରାୟ, ଜିଲ୍ଲା ଭେକ୍ଟର ବାହିତ ପରିଚାଳନା ସଂସ୍ଥା ସୁନିଲ କୁୂମାର ମହନ୍ତ, ଏଲ୍ ଟି ପରିକ୍ଷକ ରଂଜନ କୁମାର ପ୍ରଧାନ, ସେବିକା ସ୍ୱର୍ଣ୍ଣପ୍ରଭା ସିଂ, ଫାର୍ମାଶିଷ୍ଟ ସସ୍ମିତା ଶାନ୍ତି, ପଦ୍ମିନି ମଲ୍ଲିକଙ୍କ ସମେତ ଅଂଚଳର ଆଶାକର୍ମୀ ଏହି ସ୍ୱାସ୍ଥ୍ୟ ଶିବିରରେ ସହଯୋଗ କରିଥିଲେ । ସେହିପରି ବିଶ୍ୱଭୂଷଣ ଜେନା, ରତିକାନ୍ତ ଜେନା, ଗୋପିନାଥ ନାୟକ, ଗୋପବନ୍ଧୁ ଜେନା, ବିଶ୍ୱନାଥ ନାୟକ, ନିରଞ୍ଜନ ଜେନା, ଶରତ ଚନ୍ଦ୍ର ଜେନା, ହେମନ୍ତ କୁମାର ଜେନା, ସୁରେନ୍ଦ୍ର କୁମାର ଜେନା, ଅଶୋକ କୁମାର ଜେନା, ରଂଜନ କୁମାର ଜେନା, ସମାଜସେବୀ ବିଶ୍ୱନାଥ ତ୍ରିପାଠୀ, କାହ୍ନୁ ଚରଣ ନାୟକଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମକୁ ପରିଚାଳନା ସହିତ ସହଯୋଗ କରିଥିଲେ ।