
ନୂଆଦିଲ୍ଲୀ, ବିରୋଧୀ ଦଳ ମାନଙ୍କର ସଦସ୍ୟ ମାନେ ରାଜ୍ୟସଭାରେ କକ୍ଷତ୍ୟାଗ କରିବାକୁ ଗୃହକୁ ଦିନକ ପାଇଁ ସ୍ଥଗିତ କରା ଯାଇଥିଲା । ସରକାର ବନ୍ଧ ସୁରକ୍ଷା ବିଧେୟକ -୨୦୧୯ ଉପରେ ଆଲୋଚନା କରିବାକୁ ଚାହୁଁଥିଲେ ହେଁ ବିରୋଧୀ ଦଳର ସାଂସଦ ମାନେ ୧୨ ସଭ୍ୟଙ୍କୁ ନିଲମ୍ବିତ କରା ଯିବା ଘଟଣାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀ ରାଜ୍ୟସଭାରେ ଉପ ସଭାପତି ହରିବଂଶଙ୍କୁ ଉପରୋକ୍ତ ବିଧେୟକ ଉପରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଆଲୋଚନାରେ ବିରୋଧୀ ଦଳ ମାନେ ସହଭାଗୀ ହୁଅନ୍ତୁ ଏହା ସରକାର ଚାହାନ୍ତି । ବିରୋଧୀ ସାଂସଦ ମାନେ କକ୍ଷତ୍ୟାଗ କରିବା କାରଣରୁ ସେ କହିଥିଲେ ଯେ ଯଦି ସେମାନେ କାଲି ଗୃହକୁ ଆସନ୍ତି ତେବେ ସରକାର ଏହି ବିଲ ଉପରେ ଆଲୋଚନା କରିବାକୁ ଚାହିଁହେ । ଆମ ଦଳ ସବୁଠାରୁ ଅଧିକ ଗଣତାନ୍ତ୍ରିକ ଓ ଆମର ନେତା ସବୁଠାରୁ ଅଧିକ ଗଣତାନ୍ତ୍ରିକ ଅଟନ୍ତି ।
ରାଜ୍ୟସଭାରେ ଆଜି ଏହି ବିଲ ଉପରେ ଚର୍ଚା ହେବାର ଥିଲା । କକ୍ଷତ୍ୟାଗ କାରଣରୁ ଉପ ସଭାପତି ହରିବଂଶ ଗୃହକୁ ସାରା ଦିନ ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।