
ନୂଆଦିଲ୍ଲୀ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମନସୁଖ ମଣ୍ଡଭିଆ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଦେଶରେ କରୋନାର ନୂଆ ଭେରିଆଂଟ ଓମ୍ରିକ୍ରୋନର କୌଣସି ମାମଲା ସାମନାକୁ ଆସିନାହିଁ ।
ଡା ମଣ୍ଡଭିଆ ସଂସଦରେ ଦେଶର ଲୋକଙ୍କୁ ଆଶ୍ୱସ୍ତ କରି କହିିଛନ୍ତି ଏହି ଭେରିଆଂଟରୁ ବଂଚିବା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ସେ ସୁଚନା ଦେଇ କହିଛନ୍ତି ଯେ ସବୁ ରାଜ୍ୟକୁ ସତର୍କତା ରହିବା ଓ ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ ପାଇଁ ନୁଆ ନିର୍ଦେଶନାମା ଜାରି କରାହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଆଜି ପର୍ଯ୍ୟନ୍ତ ଓମୀକ୍ରୋନ ୧୪ଟି ଦେଶରେ ଦେଖାଯାଇଛି କିନ୍ତୁ ଭାରତରେ ବର୍ତମାନ ସୁଦ୍ଧା କୌଣସି ମାମଲା ସାମନାକୁ ଆସିନାହିଁ ।