
ନୂଆଦିଲ୍ଲୀ, ସଂସଦରେ ଶୀତକାଳୀନ ଅଧିବେଶନରେ ଦ୍ୱିତୀୟ ଦିନରେ ଚାଲିଥିବା ଅଚଳାସ୍ଥାକୁ ଭାଙ୍ଗିବାରେ ଲୋକସଭା ଅଧ୍ୟକ୍ଷ ଓମ୍ ବିରଳାଙ୍କ ପ୍ରୟାସର ସୁଫଳ ମିଳିଛି । ବିରଳାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ପରେ ଅଚଳାବସ୍ଥା ଦୂର ହୋଇଛି । ଏବେ ସଦନର କାର୍ଯ୍ୟକ୍ରମ ଏବେ ସୁଚାରୁ ରୁପେ ଚାଲିବ ।
ମଂଗଳବାର ସକାଳ୧୧ଟା ବେଳେ ସଦନର କାର୍ଯ୍ୟକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ, ତୃଣମୁଳ କଂଗ୍ରେସ ସହିତ ଅନ୍ୟ ବିରୋଧିଦଳ ୧୨ ରାଜ୍ୟସଭା ସଦସ୍ୟଙ୍କୁ ନିଲମ୍ବନକୁ ବିରୋଧକରି ସଦନରେ ହଙ୍ଗାମା କରିବାକୁ ଆରମ୍ଭ କରିଥିଲେ । ସଦନରେ ହଂଗାମା କରିବା ଦେଖି ଅଧ୍ୟକ୍ଷ ବିରଳା ଦିନ ୨ଟା ସମୟରେ ବୈଠକକୁ ବନ୍ଦ କରିଦେଇଥିଲେ ।
ବିରଳାଙ୍କ କାର୍ଯ୍ୟଳୟରେ ହୋଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେର ଅଧିର ରଂଜନ ଚୈଧୁରୀ , କଲ୍ୟାଣ ବନଜି , ସୁପ୍ରିୟା ସୁଲେଙ୍କ ସହିତ ଅନ୍ୟନେତା ମାନେ ଉପସ୍ତିତ ଥିଲେ । ବୈଠକରେ ସ୍ଥିର ହୋଇଥିଲା ଯେ ସଦନର କାଯ୍ୟକାଳ ଠିକଭାବେ ଚାଲିବ ଏବଂ ବିରୋଧି ଦଳ ମଧ୍ୟ ଏଥିରେ ସହେଯାଗ କରିବେ ।