
ନୂଆଦିଲ୍ଲୀ, କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, କେନ୍ଦ୍ର ସରକାର କୃଷକ ଓ କୃଷିର ସ୍ୱାର୍ଥ ପାଇଁ ସବୁବେଳେ ପ୍ରତିବଦ୍ଧ ଅଛନ୍ତି ।
ତୋମର ମଂଗଳବାର ଦିନ ଗଣମାଧ୍ୟମ ଆଗରେ ଆଲୋଚନା ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ଓ କୃଷିକୁ ନେଇ ପ୍ରତିବଦ୍ଧତାର ସହ କାମ କରୁଅଛନ୍ତି ଏବଂ ଆଗକୁ ମଧ୍ୟ କରିବେ ଦେଶ ଏହି ଘଟଣାରେ ସାକ୍ଷୀ ଅଛି । ଗତ ୭ ବର୍ଷ ଶାସନ କାଳରେ ମୋଦୀ କୃଷକର ଉନ୍ନତି ପାଇଁ ବହୁପ୍ରକାର ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ବିତିଯାଇଥିବା ୭ ବର୍ଷରେ କୃଷ ିକାମରେ ଯେତେ ବିକାଶ କାମ କରାଯାଇଛି ସେତିକି କଂଗ୍ରେସର ପୁରା ଶାସନ କାଳରେ ହୋଇନାହିଁ । ୨୦୧୩ରେ ୧୬୩ ଲକ୍ଷ ଟନ ଧାନ ଖରିଦ ହେଇଥିଲା କିନ୍ତୁ ୨୦୨୧ରେ ତାହା ୨୮୫ ଲକ୍ଷ ଟନରେ ପହଂଚିଲାଣି । ତୋମର କହିଛନ୍ତି ୨୦୧୩ ରେ ହୋଇଥିବା ଧାନ ଖରିଦ ତୁଳନାରେ ଏହି ବର୍ଷ ୭୫ ପ୍ରତିଶତ ବୃଦ୍ଧି ହୋଇଛି ।