-
ଭାରତ ବିକାଶ ପରିଷଦ ପକ୍ଷରୁ ରକ୍ତହୀନତା,କୁପୋଷଣ ଓ ଡେଙ୍ଗୁ ସଚେତନତା ଶିବିର ଓ ମଶାରୀ ବଣ୍ଟନ
ପୁରୀ,ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥଧାମଶାଖା,ମହିଳାସହଭାଗୀତାଅନ୍ତର୍ଗତ,ରକ୍ତହୀନତା,କୁପୋଷଣ ଓ ଡେଙ୍ଗୁ ସଚେତନତା ଶିବିର ସ୍ଥାନୀୟ ନୀଳ ଚକ୍ର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶିବିର କୁ ରାଷ୍ଟ୍ରୀୟ ସଚିବ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ,ପ୍ରାନ୍ତୀୟ ଉପାଧକ୍ଷ ସୁପ୍ରିତି ରଥ,ପ୍ରାନ୍ତୀୟ ସଂଗଠନ ସଚିବ ସୌମେନ୍ଦ୍ର ଦାସ,ଶାଖା ସଭାପତି ମୁକ୍ତିକାନ୍ତ ଦାଶ,ସଚିବ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ,ଆବାହକ ମୋନାଲିସା ପଟ୍ଟନାୟକ,ନୀଳଚକ୍ର ଆଞ୍ଚଳିକ ମହିଳା ମହାସଂଘ ସଭାପତି ସୁବାସିନୀ ଦାଶ,ଅଙ୍ଗନବାଡି କର୍ମୀ ରାଜଲଷ୍ମୀ ଦାଶ ଆନୁଷ୍ଠାନିକ ଭାବେ ଶିବିର କୁ ଉଦ୍ଘାଟନ କରିଥିଲେ।ଡ଼ଃ ଲାଷ୍ମୀପ୍ରିୟା ସାହୂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ଡେଙ୍ଗୁ ଜ୍ୱର କାଇଁକି ହୁଏ, କୁପୋଷଣ ଦ୍ୱାରା ଆମ ଉତ୍ତର ପିଢ଼ି କିପରି ଅବହେଳିତ ଓ ଆମ ଦେଶର ଭବିଷ୍ୟତ କିପରି ଆଘାତ ପ୍ରାପ୍ତ ହୋଇଥାଏ ଓ ଏ ସମସ୍ତ ଯତ୍ନ ର ପ୍ରମୁଖ ଉଶ୍ଚ ହେଉଛନ୍ତି ଘରୋଇ ମହିଳା,ଯେଉଁମାନଙ୍କ ମଧ୍ୟରୁ ହାରାହାରି ୬୦ ପ୍ରତିଶତ ମହିଳା ରକ୍ତହୀନତା ର ଶିକାର ହେଉଛନ୍ତି,ଏ ସମସ୍ତ ବିଷୟରେ ଆଲୋଚନା କରି ସଚେତନ କରାଇଥିଲେ।ଉପସ୍ଥିତ ମହିଳା ମାନଙ୍କ ମଧ୍ୟ ରୁ ମମତା ପ୍ରଧାନ,ଭାରତୀ ମହାରଣା,ସବିତା ଦାସ, ଓ ରିତା ମହାପାତ୍ର ଙ୍କ ପ୍ରଶ୍ନ ର ଉତ୍ତର ଦେଇ କହିଲେ,ଡେଙ୍ଗୁ ଏକ ଭୁତାଣୁ ଜନିତ ରୋଗ,ଯାହାକି ଏ ଡି ସି ମଶା ଦ୍ୱାରା ଶରୀରରେ ପ୍ରବେଶ କରି ସାମୟିକ ଓ ଜଘନ୍ୟ ପୀଡା ଶ୍ରୁଷ୍ଟି କରିଥାଏ।ଆମ ଦେହ ରେ ପ୍ରବଳ ଜ୍ଵର ଏହାର ମୁଖ୍ୟ ଲକ୍ଷଣ ଏହା ପ୍ଲେଟଲେଟ ହ୍ରାସ କରି ମୃତ୍ୟୁ ମୁଖକୁ ନେଇଯାଇ ପାରେ।ଡାକ୍ତର ଙ୍କ ପରାମର୍ଶ ଓ ଔଷଧ ନେବା ପୂର୍ବରୁ ଆମେ ପ୍ରତିକାର ସଦୃଶ ନିଜ ଆଖ ପାଖ ଅଞ୍ଚଳ ପରିଷ୍କାର ରଖିବା,କୌଣସି ପାତ୍ର ରେ ଦୀର୍ଘ ଦିନ ଧରି ପାଣି ନଜମିବାର ଯତ୍ନ ନେବା,ମଶା ଦାଉରୁ ନିଜକୁ ରକ୍ଷା କରିବା ଭଳି ସତର୍କତା ଅବଲମ୍ବନ କରିପାରିବା।ତା ସହିତ ରକ୍ତ ହୀନତା ଏବଂ କୁପୋଷଣ ପାଇଁ ଉଭୟ ମହିଳା ଏବଂ ଶିଶୁ ନିୟମିତ ସନ୍ତୁଳିତ ଲୌହ ଜାତୀୟ ସୁଷମ ଖାଦ୍ୟ ନେବା ଉଚିତ।ଯାହାଦ୍ୱାରା ଉତ୍ତର ପିଢ଼ି ର ଶ୍ରଷ୍ଠା ଓ ଶ୍ରୁଷ୍ଟି ରାଷ୍ଟ୍ରୀୟ ସମ୍ପତି ଭାବେ ଉଭା ହେବେ।
ଆବାହକ ମୋନାଲିସା ପଟନାୟକ ଉପସ୍ଥିତ ମହିଳା ଏବଂ ଶିଶୁ ମାନଙ୍କ ଏବଂ ନିଜ ସୁରକ୍ଷା ନିମନ୍ତେ ନିୟମିତ ମଶାରୀର ବ୍ୟବହାର ନିମନ୍ତେ ଅନୁରୋଧ କରିଥିଲେ।ପରିଷଦ ତରଫରୁ ଏହି ଶିବିରରେ ଉପସ୍ଥିତ ମହିଳା ମାନଙ୍କୁ ମଶାରୀ ପ୍ରଦାନ କରାଯାଇଥିଲା।ଭାରତ ବିକାଶ ପରିଷଦ ତରଫରୁ ବୁଧଦେଵ ମହାପାତ୍ର,ପଦ୍ମଲୋଚନ ମହାପାତ୍ର,ଗୌରାଙ୍ଗ ଚରଣ ମିଶ୍ର,ପ୍ରଫୁଲ ଚନ୍ଦ୍ର ମିଶ୍ର ,ହାରାମଣି ଦେବୀ,ଜୟନ୍ତୀ ମହାପାତ୍ର,କୁନା ବାରିକ,ରାଜୀବ ଲୋଚନ ରଥ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।